ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ୨୨ ତମ ପିଏମ କିଷାନ କିସ୍ତି ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ୨୨ ତମ ପିଏମ କିଷାନ କିସ୍ତି ହସ୍ତାନ୍ତର କରିଛନ୍ତି।
କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଗୁଡ଼ାରୀରେ ପିଏମ କିଷାନ ଉତ୍ସବ ପାଳନ। ଆଜି ଆସାମର ଗୋହାଟି ଠାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଓଡ଼ିଶାର ୩୪ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀଙ୍କୁ ୨୨ ତମ କିସ୍ତିରେ ୬୮୪କୋଟି ଟଙ୍କା ହସ୍ତାନ୍ତର କରିଥିବା ବେଳେ ରାୟଗଡା ଜିଲ୍ଲାର ସର୍ବମୋଟ ୪୭୮୫୯ କୃଷି ହିତାଧିକାରୀଙ୍କ ଆକାଉଣ୍ଟରେ ପ୍ରଦାନ କରିଥିବା ସୂଚନା ମିଳିଛି।

ସେଥିମଧ୍ୟରୁ ଜିଲ୍ଲାର ଗୁଣୁପୁର ବ୍ଲକରୁ ୪୪୭୭ ଜଣ,ପଦ୍ମପୁର ବ୍ଲକରୁ ୩୬୯୯ ଜଣ, ରାମନାଗୁଡ଼ା ବ୍ଲକରୁ ୩୦୧୬ ଜଣ, ଚନ୍ଦ୍ରପୁର ବ୍ଲକରୁ ୨୫୧୧ ଜଣ, ଗୁଡ଼ାରୀ ବ୍ଲକରୁ ୩୬୫୧ ଜଣ, ରାୟଗଡା ବ୍ଲକରୁ ୫୯୯୩ ଜଣ, କଲ୍ୟାଣସିଂପୁର ବ୍ଲକରୁ ୪୦୮୧ ଜଣ,କାଶୀପୁର ବ୍ଲକରୁ ସର୍ବାଧିକ ୭୬୪୯ ଜଣ, କଲନରା ୪୩୨୧ ଜଣ ମୁନିଗୁଡା ବ୍ଲକରୁ ୪୫୪୯ ଜଣ ବିଷମକଟକ ବ୍ଲକରୁ ୩୯୧୨ ଜଣଙ୍କ ଜମା ଖାତାକୁ ୨୨ ତମ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଅର୍ଥ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ କୃଷି ଶିକ୍ଷା ସଦନ, ଓୟୁଏଟି ଭୁବନେଶ୍ୱର ଠାରେ ଏହି ଉତ୍ସବକୁ ମୁଖ୍ୟ ଅତିଥିଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ବେଳେ ଗାରିମାମୟ ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ରହିଥିଲେ।

ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଗୁଡ଼ାରୀ ସଦଭାବନା କକ୍ଷରେ ଅଞ୍ଚଳର ୪୦ ଜଣ କୃଷି/ଚାଷୀ ଭାଇ ଭଉଣୀ ମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଉପଭୋଗ କରିଥିଲେ। ଏହି ଉତ୍ସବକୁ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *