ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ଜନ୍ମଦିନରେ ଉପମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ଜନ୍ମଦିନରେ ଉପମୁଖ୍ୟମନ୍ତ୍ରୀଙ୍କ ମାରାଥନ୍‌ କାର୍ଯ୍ୟକ୍ରମ। ମଙ୍ଗଳାଙ୍କ ନିକଟରେ ଦୀପ ଜାଳି ମୋଦୀଙ୍କ ଶୁଭ ମନାସିଲେ ପ୍ରଭାତୀ ପରିଡ଼ା। ସେବାପକ୍ଷର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସଫେଇ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।ଦିବ୍ୟାଙ୍ଗମାନଙ୍କୁ ତିନିଚକିଆ ଯାନ ବଣ୍ଟନ କଲେ।ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସେବାକାର୍ଯ୍ୟରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।


ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ୭୫ତମ ଜନ୍ମଦିନ ଅବସରରେ କାକଟପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମଙ୍ଗଳାଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି ମଙ୍ଗଳକାମନା କରିଥିଲେ ।

ଆଜିର ଦିନରେ ମୋଦୀଙ୍କ ଉପସ୍ଥିତିରେ ଏବଂ ଦିଗ୍‌ଦର୍ଶନରେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହୋଇଥିବାରୁ ସୁଭଦ୍ରା ହିତାଧିକାରୀମାନଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ କାକଟପୁର ସ୍ଥିତ ମା’ ମଙ୍ଗଳା ମହାବିଦ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ‘ଏକ୍‌ ପେଡ୍‌ ମା’ କେ ନାମ୍‌’ କାର୍ଯ୍ୟକ୍ରମରେ ଭାଗନେବା ସହ ମୋଦୀଙ୍କ ଜନ୍ମଦିନର ସ୍ୱତନ୍ତ୍ର ଦିନକୁ ମନେରଖିବା ପାଇଁ ବୃକ୍ଷରୋପଣ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।


ତନୁଜା ମହାନ୍ତି ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *