ପ୍ରଧାନ ଶିକ୍ଷକ ମଦ୍ୟପାନ କରି ଉତ୍ପାତ କରୁଥିବାରୁ ଥାନାରେ ଅଭିଯୋଗ ହୋଇଅଛି।
ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅଧୀନସ୍ଥ ବୁଡ଼ାଗୁଡା ଗ୍ରାମପଂଚାୟତର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟରେ ଗୁରୁତର ଅଭିଯୋଗ ଉଠିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝୀ ଦୀର୍ଘଦିନ ଧରି ମଦ୍ୟପାନ କରି ବିଦ୍ୟାଳୟ ପରିବେଶକୁ ଅସ୍ତବ୍ୟସ୍ତ କରୁଥିବା, ୮ ମାସ ଧରି ଏମଡିଏମ ପଇସା ନଦେବା ସହ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହେଉଅଛି। ଏହି ଅଭିଯୋଗ ଗ୍ରାମବାସୀଙ୍କ ଦ୍ୱାରା ଥାନାରେ ଦାଖଲ ହୋଇଅଛି।

ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ମାସରେ ମଦ୍ୟପାନରୁ ପ୍ରେରିତ ଅବ୍ୟବସ୍ଥା ଦେଖି ସେଠାରୁ ପ୍ରହ୍ଲାଦ ମାଝୀଙ୍କୁ ବଦଳି କରାଯାଇଥିଲା। କିନ୍ତୁ ପରେ ହାଇକୋର୍ଟ ରୁ ଷ୍ଟେ ଅର୍ଡର ଆସିବା ପରେ ପୁନର୍ବାର ସେ ଏହିଥିରେ ଯୋଗଦେଇ କାର୍ଯ୍ୟରତ ହୋଇଛନ୍ତି। ବଦଳି ପରେ ମଧ୍ୟ ତାଙ୍କ ଆଚରଣରେ ପରିବର୍ତ୍ତନ ନ ଆସିବାରୁ ଗ୍ରାମବାସୀ ଅତ୍ୟନ୍ତ ଅସନ୍ତୁଷ୍ଟ। ଘଟଣାର ଖବର ପାଇ ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗାରି ସ୍କୁଲକୁ ପହଞ୍ଚି ପରିସ୍ଥିତି ବୁଝାସୁଝା କରିବା ଚେଷ୍ଟା କଲେ କିନ୍ତୁ ପ୍ରଧାନ ଶିକ୍ଷକ ତାଙ୍କ ସହ ମଧ୍ୟ ଅସଭ୍ୟ ଭାବରେ ବ୍ୟବହାର କରିଥିବା ଅଭିଯୋଗ ମିଳିଛି। ଲିଖିତ ଅଭିଯୋଗ ପରେ ଥାନାରେ କଲ୍ୟାଣସିଂହପୁର ଏସଆଇ ହେମନ୍ତ କୁମାର ବରିହା ବିଦ୍ୟାଳୟକୁ ପହଞ୍ଚି ପ୍ରହ୍ଲାଦ ମାଝୀଙ୍କୁ ମାଦକ ଯନ୍ତ୍ର (Alcohol Meter) ଦ୍ୱାରା ଯାଞ୍ଚ କରିଥିଲେ।

ଯାହାରେ ୩୪୭ ଲେଭେଲ ଅତ୍ୟାଧିକ ମଦ୍ୟପାନର ଚିହ୍ନ ପାଇଯାଇଥିଲା। ଘଟଣା ପରେ ଗ୍ରାମବାସୀ ଦାବୀ କରିଛନ୍ତି ଯେ ପ୍ରଧାନ ଶିକ୍ଷକଙ୍କୁ ତତ୍କ୍ଷଣାତ୍ ନିଲମ୍ବିତ କରାଯାଉ ଓ ବିଦ୍ୟାଳୟର ପରିବେଶକୁ ସୁସ୍ଥ କରାଯାଉ। ଏହି ସମ୍ପର୍କ ରେ ଡବ୍ଲୁଇଓ ଚନ୍ଦନ ଦାସ ବାଙ୍ଗାରି କୁ ପଚାରିବାରୁ ରିପୋର୍ଟ କରିକି ଜିଲ୍ଲାପାଳ ଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ପୋଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ ତଦନ୍ତ ପରେ ଡବ୍ଲୁଇଓ ଙ୍କୁ ଲେଟର ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
