ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ଵନାଥ ଧାମକୁ ଯାତ୍ରା ପ୍ରଥମ ଟ୍ରେନର ଶୁଭାରମ୍ଭ କରାଯାଇଛି

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ଵନାଥ ଧାମକୁ ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଶୁଭାରମ୍ଭ କରାଯାଇଛି। ୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକ ଓ ୨୫ ଜଣ ଏସ୍କର୍ଟ ଅଧିକାରୀଙ୍କ “ଅଯୋଧ୍ୟା- ବାରଣାସୀ” ଅଭିମୁଖେ ଯାତ୍ରା କଲେ।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ କାଶୀ ବିଶ୍ଵନାଥ ଧାମକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନର ଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି ।

୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକମାନେ ଅଯୋଧ୍ୟାରେ ସନାତନ ଧର୍ମର ପ୍ରାଣକେନ୍ଦ୍ର ତଥା ଭାରତୀୟ ସଂସ୍କୃତିର ପ୍ରତୀକ ପ୍ରଭୁ ଶ୍ରୀ ରାମଲାଲଙ୍କୁ ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ କାଶୀ ବିଶ୍ଵନାଥ ମନ୍ଦିର ସହ ପବିତ୍ର ଗଙ୍ଗା ଆରତୀ ଓ ଗଙ୍ଗା ଘାଟରେ ଥିବା ମନ୍ଦିରଗୁଡିକୁ ପରିଦର୍ଶନ କରିପାରିବେ । ୨୦୨୫ – ୨୬ ଆର୍ଥିକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ ଟି ପର୍ଯ୍ୟାୟରେ ପ୍ରାୟ ୮୦୦୦ ବରିଷ୍ଠ ନାଗରିକମାନଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆଜି ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ, ଟୁରିଜିମ କର୍ପୋରେସନ (IRCTC) ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଭାଗିତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ପ୍ରଥମ ଟ୍ରେନ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଅଯୋଧ୍ୟା – ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।


କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ ୭୭୫ ଜଣ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଜଣେଇବା ସହ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଭାରତର ବିଭିନ୍ନ ସଂସ୍କୃତିକୁ ଯୋଡିବାର ପ୍ରୟାସକୁ ପ୍ରଶଂସା କରିଥିଲେ ।


ପ୍ରଥମ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଓ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ସମେତ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚରଣ ସ୍ଵାଇଁ, ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ପୁରୀ ବିଧାୟକ ସୁନିଲ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଯୋଗ ଦେଇ ପ୍ରଥମ ଟ୍ରେନ ଯାତ୍ରା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଶୁଭକାମନା ଜଣାଇଥିଲେ ।


ଭୁବନେଶ୍ୱରରୁ ତନୁଜା ମହାନ୍ତି ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *