ପ୍ରସିଦ୍ଧ ଲାଲ ବାବା ମଜାର କମିଟି ସଭାପତି ଙ୍କ ଇଫତାର ପାର୍ଟିରେ ଯୋଗ ଦାନ

ରାଜଗାଙ୍ଗପୁର ପ୍ରସିଦ୍ଧ ଲାଲ ବାବା ମଜାର କମିଟି ସଭାପତି ଙ୍କ ଇଫତାର ପାର୍ଟିରେ ଯୋଗ ଦାନ।
ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶା ରାଜନୀତି ର ପ୍ରବିନ ବିଶିଷ୍ଟ ସମାଜସେବୀ ପୁର୍ବତନ ଜନତା ଦଳର ସଭାପତି ବିଜୁ ଜନତା ଦଳର ବରିଷ୍ଠ ନେତା ବିଭିନ୍ନ ସାମାଜିକ ସ୍ବେଛାସେବୀ ସଂଗଠନ ସହ ଜଡ଼ିତ ଓ ବଡ଼ଗାଁ ଅଞ୍ଚଳର ବିକାଶ ପୁରୁଷ,

ବଡ଼ଗାଁ ନର୍ସିଂ କଲେଜ ର ପ୍ରତିଷ୍ଠାତା ରାମଚନ୍ଦ୍ର ନାୟକ ଓ ତାଙ୍କର ସୁପୁତ୍ର ଡଃ ଅରୁଣ ନାୟକ ଙ୍କ ଅଧ୍ୟକ୍ଷତାରେ ଗଡଗା ନର୍ସିଂ କଲେଜ ପରିସରରେ ପବିତ୍ର ରମଜାନ ମାସର ଉପବାସ ପାଳନ କରୁଥିବା ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ଙ୍କ ପାଇଁ ଇଫତାର ପାର୍ଟିର ଆୟୋଜନ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ରାଜଗାଙ୍ଗପୁର ସହର ର ଝରଝରା କମିଟି ସମ୍ପାଦକ ଅଶୋକ ଦାସ ସମାଜସେବୀ ଜାଫର ମୋବିନ ଜିଲ୍ଲାର ମୁସଲିମ କମିଟି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହାଜି ଅବଦୁଲ ସହିଦ,

ଜିଲ୍ଲା କଂଗ୍ରେସ ସଭାପତି ନିର୍ମଳ ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ ଅମାତ, ଏମଡି ମେହମୁଦ ଏମିତି ୱସିମ ଙ୍କ ସହିତ ସୁନ୍ଦରଗଡ଼ ଝାରସୁଗୁଡ଼ା ସବତେଗା ବିରମିତ୍ର ପୁର ରାଉରକେଲା ବଣାଇ ଖତକୁଳବାହାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୁସଲିମ କମିଟି ର ଧର୍ମ ଗୁରୁ ବିଭିନ୍ନ ସମ୍ପ୍ରଦାୟର ଲୋକେ ରାଜନୈତିକ ଦଳର ନେତା ଯୋଗଦାନ କରି ସନ୍ଧ୍ୟାରେ ନମାଜ ପାଠ ପରେ ଇଫତାର ପାର୍ଟିରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଗତ ୨୫ ବର୍ଷ ଧରି ରାମଚନ୍ଦ୍ର ନାୟକ ପରିଚାଳନା କରୁଥିବା ତଥା ପ୍ରତି ବର୍ଷ ପାଳନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *