ଫସିବାଦୀ ହଟାଓ ଗଣତନ୍ତ୍ର ବଞ୍ଚାଓ

 

ବିନୋଦ ମିଶ୍ରଙ୍କ ୨୭ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ। ଜି ରାମ ଜି କଳା ବିଲ ବାତିଲ ଦାବିରେ 22 ଡିସେମ୍ବର ରେ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ଦେଶ ବ୍ୟାପି ପ୍ରତିବାଦ ଦିବସ। ଏହି ପ୍ରତିବାଦର ନାରାଥିଲା “ଫାସିବାଦ ହଟାଅ ଗଣତନ୍ତ୍ର ବଞ୍ଚାଅ”। କୋଲନରା ବ୍ଲକ ଅନ୍ତର୍ଗତ ଜରେଡି ପଞ୍ଚାୟତ ର ତଳ ଶିକାବାଡି ଗା ଠାରେ ଗରିବ ମେହନତି ମଣିଷ ର କ୍ରାନ୍ତିକାରୀ ସି ପି ଆଇ (ଏମଏଲ) ଲିବରେସନ ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ଼ ବିନୋଦ ମିଶ୍ରଙ୍କ ୨୭ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି। କମ୍ରେଡ଼ ବିନୋଦ ମିଶ୍ରଙ୍କ ପିତାଙ୍କ ନାମ – ସୂର୍ଯ୍ୟକାନ୍ତ ମିଶ୍ର। ସେ ମାର୍ଚ ମାସ ୨୪ ତାରିଖ, ୧୯୪୭ ମସିହା ମଧ୍ଯ ପ୍ରଦେଶ ର ଜବଲପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।

ବିନୋଦ ମିଶ୍ର ପଶ୍ଚିମ ବଙ୍ଗରେ ଗଣିତ ରେ ସ୍ମାତକୋତର ପରେ 1967 ମସିହାରେ ଦୂର୍ଗାପୁର କଲେଜ ଇଜିଂନିୟର ପଡିବା ସମୟରେ ଜନଗଣଙ୍କ ଉପରେ ହୋଉଥିବା ଅତ୍ୟାଚାର ବିରୁଦ୍ଧରେ ବିପ୍ଳବ କରିବା ପାଇଁ ସଂକଳ୍ପ ନେଲେ । ସାରା ଦେଶରେ ପାର୍ଟୀ କୁ ବିସ୍ତାର କରିବା ପରେ ଲାକ୍ଷ୍ମେ ଠାରେ କେନ୍ଦ୍ର କମିଟି ବୈଠକ ହେଉଥିବା ସମୟରେ 1989, ଡିସେମ୍ବର 18 ତାରିଖ ଦିନ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।


ସବକା ସାଥ ସବକା ବିକାଶ କହୁଥିବା BJP ସରକାର ଆଦିବାସୀ ଓ ଦଳିତ ଲୋକଙ୍କ ଘର ଓ ଜମି ଉପରେ ବୁଲଡୋଜର ଲଗାଇ ଉ‍ଛେଦ କରିବା, ବେଆଇନ 4 ଟି ଶ୍ରମ ଆଇନ ଲାଗୁ କରିବା, କୃଷି ଉତ୍ପାଦନ ର ଲାଭ ଜନକ ଦରବୃଦ୍ଧି ନ ପାଇବା,ଏମଜୀ ନରେଗା ଆଇନ କୁ ନ ମାନିବା , ସିଂଲି ଜମି ଲୁଚାଇ ରଖିବା, ଜମି, ଜଳ, ଜଗଂଲ କୁ ଆମ୍ଭାନି, ଆଦାନିକୁ ଦେବା ପାଇଁ ସହଯୋଗ କରିବା ଏସବୁ ବଦଂ ନ ହୁଏ ଜାନୁଆରୀ ମାସ ରେ ଯୋରଦାର ଆନ୍ଦୋଳନ କରିବା ପାଇଁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଆହ୍ବାନ ଦେଇଥିଲେ।


ଏହି ସଭାରେ ଶିବ କୁମାର ଉଇକା (ବ୍ଲକ ସମ୍ପାଦକ) ଅନିରୁଦ୍ଧ ନିଶିକା ( ପୂର୍ବତନ ସରପଞ୍ଚ) ସିମାଦ୍ରି ପାତିକା , ମୁରୋଲି ମୁଟୁକା , ମେଦିରି ଗର୍ଡିଆ, ମୋହନପାତିକା,ବୁଡୁ ତୋଇକା,ସୁଲୋଚନା ମୁଟୁକା, ପଦ୍ମିନୀ ମଣ୍ଡାଙ୍ଗି, ଆଚାନା ମଣ୍ଡାଗିଂ, ଲିଗଂରାଜ ପେଟେଣ୍ଟି ଏବଂ ଅଷ୍ଟମ ଉଲକା ଉପସ୍ଥିତ ଥିଲେ।


ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *