ବଚପନ୍ ଏକାଡେମୀ ପବ୍ଲିକସ୍କୁଲ ରେ ବିଜ୍ଞାନ, ଗଣିତ,ହସ୍ତକଳା ମେଳା।
“ବଚପନ୍ ଏକାଡେମୀ” ପବ୍ଲିକ ସ୍କୁଲରେ ଆଜି ବିଜ୍ଞାନ, ସାହିତ୍ୟ, କଳା ଚିତ୍ର ଓ ଗଣିତମେଳା ଅନୁଷ୍ଠିତ ହେଇ ଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ନାୟକ ଯୋଗ ଦେଇ ମେଳା କୁ ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ମହିଳା ମହବିଦ୍ୟାଳୟର ଅଧାକ୍ଷ ଡକ୍ଟର ଅର୍ଚ୍ଚନା ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ।

ମେଳା ରେ ୭୦ରୁ ଉର୍ଦ୍ଧ ବିଜ୍ଞାନ ଓ ୨୦ ରୁ ଉର୍ଦ୍ଧ ଗଣିତ ପ୍ରକଳ୍ପ ଓ ୩୦୦ ରୁ ଉର୍ଦ୍ଧ ଚିତ୍ର କଲା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲାଯେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଯୁଵ-ସାଂସଦ ପ୍ରଣାଳୀ ଆୟୋଜନ କରାଯାଇଥିଲା। ଶିଶୁ ମାନଙ୍କ ନୃତ୍ୟ ଗୀତ ବାଦ୍ୟ ଯନ୍ତ୍ର ସିଧା ସଳଖ ପ୍ରସାରଣ କରାଯାଇଥିଲା।

ପ୍ରଦସନ ଦେଖିବା ପାଇଁ ଅଭିଭାକ ସମେତ ଅନେକ ଦର୍ଶକ ସ୍କୁଲ କୁ ଆସିଥିଲେ। ବିଚାରକ ଭାବେ ଶିକ୍ଷକ ପ୍ରମୋଦ ମହାପାତ୍ର ଓ ଦେବ କିଶୋର ପାଢ଼ୀ ଓ କସ୍ତୁରୀ ସାହୁ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଚେୟାରମେନ ଅଶ୍ୱନି କୁମାର ଦାସ, ନିର୍ଦ୍ଦେଶିକା ସୁଶ୍ରିତା ଦାସ, ପ୍ରଧାନ ଆଚାର୍ଯ୍ୟ ଏଲ୍ ନାରାୟଣ ମୂର୍ତ୍ତି ଓ ବିଦ୍ୟାଲୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, କାର୍ଯ୍ୟକର୍ମ କୁ ଶ୍ରୀଧର ମହାପାତ୍ର ପରିଚଳନ କରିଥିଲେ। ପରି ଶେଷ ରେ ସୁଶ୍ରିତା ଦାସ ଧନ୍ୟାବଦ ଅର୍ପଣ କରିଥିଲେ।

ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
