ବଜ୍ରାଘାତରେ ୩ ଜଣ ଅସୁସ୍ଥ

ବଜ୍ରାଘାତ ହେଉଛି ପ୍ରାକୃତିକ ବିପର୍ଯୟ। ଏହାକୁ ମୁକାବିଲା କରିବା ପାଇଁ ସରକାର, ସାଧାରଣ ଜନତା ଏବଂ ସ୍ବେଛାସେବୀ ଅନୁଷ୍ଠାନ ମାନେ ପୀଡିତ ବ୍ୟକ୍ତି ମାନଙ୍କୁ ତୁରନ୍ତ ସହଯୋଗ କରିବାର ଆବଶ୍ୟକତା ଅଛି। ଏଭଳି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲାରେ।


ବଜ୍ରାଘାତରେ ୩ ଜଣ ଅସୁସ୍ଥ। ସୋନାଲି,ରୁପାଲୀ ଓ କାଜଲ। ଦୁଇ ଗୁରୁତର ଥିବା ବେଳେ ଜଣେ ସୁସ୍ଥ ଥିବା ଦେଖିବାକୁ ମିଳିଛି। ସୁସ୍ଥ କରିବାକୁ ସଂଗ୍ରାମ କରୁଥିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀର କର୍ମଚାରୀ । ୧୦୮ଆମ୍ବୁଲାନ୍ସ ଓ ଆମ୍ବୁଲାନ୍ସ ଅଭାବ ଯୋଗୁଁ ବୋଲର ଯୋଗେ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଗୁଣୁପୁର ସ୍ଥାନାନ୍ତରିତ କରିବା ଦେଖିବାକୁ ମିଳିଛି । ସୋନାଲି ଓ ରୁପାଲୀ ୨ ଜଣ ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିଥିବା ବେଳେ କାଜଲକୁ ବୋଲର ଯୋଗେ ନିଆଯାଇଥିଲା ।

ସୂଚନା ମୁତାବକ ଗୁଡ଼ାରୀ ସଦର ଗୌଡ଼ ସାହିର ତିନିଜଣ ମହିଳା ଭୋଜି ଖାଇବା ପାଇଁ ନିକଟସ୍ଥ ବାଟିଆ ବିଲ ଗ୍ରାମକୁ ସୋନାଲି ଗୌଡ଼ ୧୮ ବର୍ଷ, ରୁପାଲୀ ଗୌଡ଼ ୨୦ ବର୍ଷ ନବ ବିବାହିତ ଓ କାଜଲ ଗୌଡ଼ ୨୦ ବର୍ଷ ନବ ବିବାହିତ ତିନିଜଣ ମହିଳା ନିକଟସ୍ଥ ବାଟିଆ ବିଲ ଗ୍ରାମକୁ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ଫେରିବା ବାଟରେ ୩ ଘଣ୍ଟା ସମୟରେ ଅଚାନକ ଘଡଘଡି ବିଜୁଳି ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ବଜ୍ରାଘାତରେ ତିନିଜଣ ମୁର୍ଚ୍ଛା ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ୨ ଜଣକୁ ଓ ବୋଲର ଯୋଗେ ଜଣକୁ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ଗୁଣୁପୁର ସ୍ଥାନାନ୍ତରିତ କରାଯାଇଛି ବୋଲି ଡାକ୍ତର ସ୍ୱାଗତ ସ୍ୱାଇଁ ସୂଚନା ଦେଇଛନ୍ତି।
ରାୟଗଡାରୁ ଫୋଟୋ ନ୍ୟୁଜ ଟାଇମସର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *