ବର୍ଷା ଆଣିଦେଲା କଟକରେ ବିବାଦୀୟ ଭାଇଚାରା

କଟକ ସହର ହେଉଛି ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ। ଏଠାରେ ସହରର ବିଶିଷ୍ଟ ବ୍ୟକ୍ତିମାନେ କଟକର ଦୁର୍ଗାପୂଜାକୁ ଆୟୋଜନ କରିଥାନ୍ତି। ବର୍ତମାନ କିନ୍ତୁ ସରକାରଙ୍କର ସଂସ୍କୃତି ବିଭାଗ ତରଫରୁ ପୂଜା ମଣ୍ଡପ ଗୁଡିକୁ ଆର୍ଥିକ ସହାୟତା ଦେବାର ସହାୟତା ହୋଇଅଛି। ବାସ୍ତବ କ୍ଷେତ୍ରରେ ଦୁର୍ଗାପୂଜା ହେଉଛି ଭାଇଚାରାର ପର୍ବ। କିନ୍ତୁ ଚଳିତ ବର୍ଷ ଲଗାଣ ବର୍ଷା ସତ୍ୱେ କଟକ ସହରରେ ଆଲୋକ ଶଯ୍ୟା, ଭସାଣି ସଜାଶଯ୍ୟା ବହୁ ଧୁମଧାମରେ ହୋଇଥିଲା। କିନ୍ତୁ ହଜିଗଲା ଭାଇଚାରା। ଯାହାକି କଟକ ସହରର ସନମାନ ଓ ମର୍ଯ୍ୟାଦା। ଛୋଟ ସହର ରାୟଗଡା, କିନ୍ତୁ ଏମାନଙ୍କୁ ଶିକ୍ଷା ଦେଉଛି। ଶାନ୍ତି ଶୃଙ୍ଖଳା ଏବଂ ଭାଇଚାରା।
ରାୟଗଡା ଜିଲ୍ଲାର ସ୍ଥାନେ ସ୍ଥାନେ ମହାଆଡମ୍ବର ଓ ଶାନ୍ତି ଶୃଙ୍କାଳ ସହିତ ଦୁର୍ଗାପୂଜା ପାଳିତ ହୋଇଥିବା ବେଳେ ଗୁଡ଼ାରୀ ସଦର ଟାଉନ ଦୁର୍ଗାପୂଜା କମିଟି ତରଫରୁ ୧୯ ତମ ଦୁର୍ଗାପୂଜା ମହାଆଡମ୍ବର ଓ ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇଛି। ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ଏବଂ ସାଥୀ ଅସିତ୍ କୁମାର ଷଢଙ୍ଗୀ ଓ ଅକ୍ଷୟ କୁମାର ତ୍ରିପାଠୀଙ୍କ ସହଯୋଗରେ ଗଙ୍ଗା ଆବାହନ ଠାରୁ ଚଣ୍ଡୀପାଠ ସହ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ପୂଜା ବିଧି ବୈଦିକ ରୀତିନୀତି ଅନୁଯାୟୀ ଅତି ରଞ୍ଜିତ ଓ ନିଷ୍ଠାର ସହିତ ବିଜୟା ଦଶମୀ ବିହିତ ପୂଜା ବିଧି ପାଳନ ହୋଇଛି। କେଦାରନାଥ ସାହୁ ଓ ଧର୍ମପତ୍ନୀ ଶ୍ରୀମତି ସୁସଜ୍ଜିତା ଗନ୍ଥାୟତ ପୂଜା କାର୍ଯ୍ୟକ୍ରମକୁ କର୍ତ୍ତାଭାବେ ସମ୍ପାଦନା କରିଥିଲେ। ସହରରେ ମହାମାୟାଙ୍କ ମାୟା ଭିଆଇ ଥିବା ବେଳେ ଲଗାଣ ବର୍ଷା ଫଳରେ କିଛି ଜନସମାଗମରେ ଫିକା ପଡ଼ି ଥିଲେ ହେଁ ଜନସାଧାରଣଙ୍କ ଭକ୍ତି କମିନଥିଲା। ଟାଉନ ଦୁର୍ଗାପୂଜା କମିଟି ତରଫରୁ ପାଣିପାଗକୁ ଦୃଷ୍ଟିରେ ରଖି ବର୍ଷା ଦାଉରୁ ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଟାଉନ ଦୁର୍ଗାପୂଜା କମିଟି ସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ କେଦାରନାଥ ସାହୁ ଓ କମିଟିର ସଦସ୍ୟ ମାନଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତା ପାଇଁ ସହର ତଥା ଅଞ୍ଚଳବାସୀଙ୍କ ଭୁରି ଭୁରି ପ୍ରଶଂସା ଶୁଣିବାକୁ ମିଳିଛି। ଆସନ୍ତା ତା ୦୫/୧୦/୨୦୨୫ ରିଖ ରବିବାର ଦିନ ମାଁ ଙ୍କର ବିସର୍ଜନ ଉତ୍ସବ ପାଳନ କରାଯିବ ବୋଲି ଟାଉନ ଦୁର୍ଗାପୂଜା କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।ସରିଲା ପୂଜା ବିଦାୟ ନେଉଛନ୍ତି ମା’ । ଦେବୀଗଡ଼ାରେ ବିସର୍ଜନ ପାଇଁ ୧୦ଟି ଅସ୍ଥାୟୀ ପୁଷ୍କରିଣୀ ଭସାଣି ରୁଟ୍‌ରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସିସିଟିଭି କ୍ୟାମେରା । ତେବେ କଟକରେ ଆରମ୍ଭ ହୋଇଛି ଭସାଣି ଶୋଭାଯାତ୍ରା । ମେଲାଣି ନେଉଚନ୍ତି ମା’ । କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ସେହିପରି ପ୍ରଥମ ଥର ପାଇଁ ‘CTC 60’ ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ ।କିନ୍ତୁ ଫସର ଫାଟିଗଲା।
କଟକରେ ଭସାଣ ଉତ୍ସବ ବେଳେ ଗୋଷ୍ଠୀ ସଂଘର୍ଷ । ପଥର, କାଚ ବୋତଲ ମାଡ଼ । ଦୁଇଟି ପୃଥକ ପୃଥକ ସ୍ଥାନରେ ହୋଇଛି ଗୋଷ୍ଠୀ ସଂଘର୍ଷ । ୧୫ଜଣ ଆହତ ହେଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଡିସିପି ରିଷିକେଶ ଖିଲାରୀଙ୍କ ସହ ୪ ଅଫିସର ମଧ୍ୟ ଆହତ ହୋଇଛନ୍ତି । ଯାହା ଫଳରେ ମେଢ଼ କିଛି ସମୟ ଧରି ଅଟକି ରହିଥିଲା । ତେବେ ଝାଞ୍ଜିରିମଙ୍ଗଳା ପୂଜା କମିଟିର ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ ହୋଇଛି । ଉଭୟ ଗୋଷ୍ଠୀ ପରସ୍ପର ଉପରେ ଢେଲା ପଥର ଓ କାଚ ବୋତଲ ମାଡ଼ କରିଛନ୍ତି । ସେପଟେ ରାତି ପ୍ରାୟ ଦୁଇଟା ସମୟରେ ରାଉସପାଟଣା ଭସାଣି ଶୋଭାଯାତ୍ରା ବେଳେ ମଧ୍ୟ ଗଣ୍ଡଗୋଳ ହୋଇଛି । ଦରଘା ବଜାର ଦେଇ ଶୋଭାଯାତ୍ରା ଯିବା ସମୟରେ ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଦୁଇଟି ପୃଥକ ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି ।
କଟକ ରୁ ଫଟୋ ନ୍ୟୁଜ ଟାଇମସ ର ରିପୋର୍ଟ।

ସେହିଭଳି ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ପକ୍ଷରୁ ସ୍ଥାନୀୟ ଦଶହରା ପଡ଼ିଆ ଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗା ପୂଜା ମହାଡମ୍ବରରେ ଆୟୋଜିତ ହୋଇଛି । ଦୀର୍ଘ ପାଞ୍ଚଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପୂଜାରେ ମାଁ ଦୂର୍ଗାଙ୍କ ଆରାଧନାରେ ଅଞ୍ଚଳର ଦଶଦିଗ ମୁଖରିତ ହୋଇଛି । ଗତ ୨୭ ରିଖରେ ମାଁଙ୍କ ମଣ୍ଡପରେ ମହାଷଷ୍ଠୀ ଦିନଠୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇପଡିଛି। ମାଁଙ୍କ ମୁର୍ମୟୀ ମୂର୍ତ୍ତି ଆକର୍ଷଣୀୟ ହୋଇଥିବାବେଳେ ରଙ୍ଗୀନ ଆଲୋକମାଳା ଓ ସୁସଜ୍ଜିତ ତୋରଣ ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିଛି । ଆଜି ମାଁଙ୍କ ସନ୍ଧିପୂଜା ଓ ମହାନବମୀ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା କାଲି ଅର୍ଥାତ୍ ଗୁରୁବାର ଦିନ ଦଶହରା ଓ ରାବଣପୋଡ଼ି ପାଳିତ ହେବ। ଉତ୍କଳ ଆଲୁମିନା ଆନୁକୁଲ୍ୟରେ ଏହି ଶାରଦୀୟ ପୂଜା ଆୟୋଜିତ ହୋଇଥିବାବେଳେ ସ୍ଥାନୀୟ ଜନ ସାଧାରଣମାନେ ଏହାକୁ ଅକୁଣ୍ଠ ସହଯୋଗ କରିଛନ୍ତି। ମାଁଙ୍କୁ ଦର୍ଶନ କରିବାକୁ ଆସୁଥିବା ସ୍ଥାନୀୟ ଗ୍ରାମାଞ୍ଚଳ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସକାଶେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ସାମାଜିକ ବିଷୟବସ୍ତୁ ଆଧାରିତ ନାଟକ ମଞ୍ଚସ୍ଥ କରାଯାଉଛି। ଗତ ୨୮ ରିଖ ଦିନ ମଞ୍ଚରେ ସ୍ଥାନୀୟ ଗ୍ରାମାଞ୍ଚଳ କଳାକାରଙ୍କ ଦ୍ଵାରା ଭୁଗିଭୁଗି ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ୨୨ଗୋଟି ନୃତ୍ୟ ଦଳ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ କରିଥିଲେ। ସେହିପରି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନକୁ ଗୁରୁତ୍ବ ଦେଇ ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଅର୍କେଷ୍ଟ୍ରାର ଦଳ ତରଫରୁ ଦୈନିକ ସନ୍ଧ୍ୟାରେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଏଥିସହିତ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚ ଅତିଥି ଭାବେ ଯୋଗ ଦେଇ ପାରମ୍ପରିକ ରୀତି ଅନୁଯାୟୀ ଦୀପ ପ୍ରଜ୍ବଳନ ଓ ନଡ଼ିଆ ଭାଙ୍ଗିବା ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ କରୁଥିବାବେଳେ ଗତ ୨୮ରିଖ ଦିନ କୁଚେଇପଦର ସରପଞ୍ଚ ବଙ୍ଗାରି ମାଝୀ, ୨୯ରିଖ ଦିନ ପୋଡାପାଡ଼ି ସରପଞ୍ଚ ନିଲାବତି ମଣ୍ଡାଙ୍ଗି ଓ ୩୦ରିଖ ଦିନ କୋଡ଼ିପାରି ସରପଞ୍ଚ ଡମ୍ବରୁଧର ମାଝୀ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ସାବଲା ନାଏକ, ଚିତ୍ରସେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ଉତ୍କଳ ଆଲୁମିନା ପ୍ରତେକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ ନାରାୟଣ ମୀତ୍ରା, କିରଣ ନାୟକ, ପିତାମ୍ବର ବେହେରା, ଭୋଜରାଜ୍ ଦାଶ ଓ ବେଲକର ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ତେବେ ସନ୍ଧ୍ୟାରେ ମାଁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମୁଥିବାରୁ ସ୍ଥାନୀୟ ଦୋରାଗୁଡା ପୁଲିସ ଓ ଉତ୍କଳ ଆଲୁମିନା ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ବୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ଦଶହରା ପଡ଼ିଆରେ ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ଆମ୍ବୁଲାନ୍ସ ଓ ୨୪ଘଣ୍ଟିଆ ସିସିଟିଭି ନିୟନ୍ତ୍ରଣ କକ୍ଷ କରାଯାଇଛି। ଏଥିସହ ଦଶହରା ପଡ଼ିଆରେ ବିଭିନ୍ନ ପ୍ରକାରର ଆବଶ୍ୟକ ଘରକରଣା ସାମଗ୍ରୀ, ଖାଦ୍ୟପେୟ ଷ୍ଟଲ୍ ବିଶେଷ ଭାବେ ପିଲାମାନଙ୍କ ଖେଳନା ସାମଗ୍ରୀ ଷ୍ଟଲ୍ ଖୋଲାଯାଇଥିବା ବେଳେ ଏଠାରେ ସନ୍ଧ୍ୟା ହେଲେ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *