ସରକାର ଆଦିବାସୀଙ୍କ ପାଇଁ ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି | କିନ୍ତୁ ଆଦିବାସୀଙ୍କ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ, ଏବେ ବି ଅନେକ ଆଦିବାସୀ ବହୁଳ ଗାଁର ରହିଛି ସରକାରଙ୍କ ମାଳମାଳ ଯୋଜନା ସ୍ୱତେ ଯୋଜନାରୁ ବଞ୍ଚିତ ରହିଛନ୍ତି।ଏହି ଭଲି ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗ ପଦର ପଞ୍ଚାୟତର ଟୁଟୁ ଗୁମ୍ମା ଗାଁ । ଏହି ଗାଁରେ ଦୀର୍ଘ ବର୍ଷ ହେଲା ୧୬ ଆଦିବାସୀ ପରିବାର ବସବାସ କରୁଛନ୍ତି ହେଲେ ଏମାନେ ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ,ବିଜୁଳି,ଓ ପାନୀୟ ଜଳ ଭଲି ଅନେକ ସମସ୍ୟା ଭୋଗି ଆସୁଛନ୍ତି l କିନ୍ତୁ ପ୍ରଶାସନ ବା ରାଜ ନେତାଙ୍କ ଉକ୍ତ ଗାଁ ଉପରେ ନଜର ପଡୁନି ଫଳରେ ଅବହେଳିତ ନିଷ୍ପେସିତ ଭାବରେ ଜୀବନ ବିତାଉଛନ୍ତି l
ଭଲ ରାସ୍ତା ନଥିବାରୁ ଖରା ଦିନେ କଷ୍ଟେ ମଷ୍ଟେ ମଟର ସାଇକେଲ ଯାଉଛି ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନ ଥିବାରୁ ଗର୍ଭବତୀଙ୍କୁ ଖଟିଆରେ ୮ କି.ମି ସୁଲିଆ ଗାଁ ପର୍ଯ୍ୟନ୍ତ ବୋହିକି ସେଠାରୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ନେବାକୁ ପଡିଥାଏ। ଅନ୍ୟପକ୍ଷେ ବିଜୁଳି ଆଲୁଅ ଏହି ଗାଁ ପାଇଁ ସାତସପନ ହୋଇଛି।କିଛି ବର୍ଷ ପୂର୍ବେ ଗାଁ ଲୋକଙ୍କୁ ସୌଭାଗ୍ୟ ଯୋଜନାରେ ସୋଲାର ଲାଇଟ ଯୋଗାଇ ଦିଆ ଯାଇଥିଲା କିନ୍ତୁ କିଛିଦିନ ଜଳିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବର୍ଷ ବର୍ଷ ଧରି ଅଚଳ ହୋଇ ରହିଛି।ଗାଁରେ ବିଜୁଳି ସଂଯୋଗୀକରଣ ପାଇଁ ପଞ୍ଚାୟତ, ବ୍ଳକ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ବେଳେ ଲୋକଙ୍କୁ ବିଶୁଦ୍ଧ ପାଣି ବୁନ୍ଦାଏ ମିଳିପାରୁନି ଯାହାଫଳରେ ବାରୁଲ ନଦୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ଲୋକ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି ଗାଁ ଲୋକେ ପ୍ରକାଶ କରିଛନ୍ତି l
ତେଵେ ଏହି ଗାଁ ପ୍ରତି ଜିଲ୍ଲା ଓ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ Photo news Times