ବାରିଝୁଲା ହନୁମାନ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ

 

ବାରିଝୁଲା ହନୁମାନ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ।
ବଜରଙ୍ଗ ଦଳ ପକ୍ଷରୁ ସଫାଇ କାର୍ଯ୍ୟକ୍ରମ, ନବଜୀବନ ହଷ୍ଟେଲ ଛାତ୍ରୀଙ୍କୁ ଖାତା–କଲମ–ପେନସିଲ୍ ବଣ୍ଟନ।

ରାୟଗଡ଼ା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଆଜି ବାରିଝୁଲା ହନୁମାନ ମନ୍ଦିର ପରିସରରେ ଏକ ସଫାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିସର ସହିତ ଆସପାସ ଅଞ୍ଚଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଝରି ଓ ଅନ୍ୟାନ୍ୟ ଅବଞ୍ଜନା ସାମଗ୍ରୀ ସଂଗ୍ରହ କରି ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ନବଜୀବନ ହଷ୍ଟେଲର ଛାତ୍ରୀମାନେ ଓ ସ୍ଥାନୀୟ ଯୁବକମାନେ ଯୋଗଦେଇ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ମହତ୍ତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ।


ସେହି ସମୟରେ ସମାଜ ସେବାର ଅଂଶ ରୂପେ ତୋତ ସଂଗଠନର ସହଯୋଗରେ ନବଜୀବନ ହଷ୍ଟେଲର ଛାତ୍ରୀମାନଙ୍କୁ ଖାତା, କଲମ ଓ ପେନସିଲ୍ ବଣ୍ଟନ କରାଯାଇଥିଲା। ଏହାଦ୍ୱାରା ଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଉତ୍ସାହିତ କରାଯାଇଥିଲା।
ଆୟୋଜକମାନେ କହିଥିଲେ ଯେ ଧାର୍ମିକ ସ୍ଥଳଗୁଡ଼ିକୁ ସଫା ଓ ପବିତ୍ର ରଖିବା ସମସ୍ତଙ୍କର ଦାୟିତ୍ୱ ଏବଂ ଏପରି ସ୍ୱଚ୍ଛତା ଓ ସମାଜସେବାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
ରାୟଗଡା ରୁ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।

Leave a Reply

Your email address will not be published. Required fields are marked *