ବାରିଝୋଲା ଗ୍ରାମ ନିକଟସ୍ଥ ନୂତନ ହନୁମାନ ମନ୍ଦିର ପାହାଡରେ ବନଖଣ୍ଡ ସ୍ତରୀୟ ୭୬ତମ ବନ ମହୋତ୍ସବ ସପ୍ତାହ ୨୦୨୫

ରାୟଗଡ ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ ବନାଞ୍ଚଳର ବାରିଝୋଲା ଗ୍ରାମ ନିକଟସ୍ଥ ନୂତନ ହନୁମାନ ମନ୍ଦିର ପାହାଡରେ ବନଖଣ୍ଡ ସ୍ତରୀୟ ୭୬ତମ ବନ ମହୋତ୍ସବ ସପ୍ତାହ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅପ୍ପlଲ ସ୍ଵାମୀ କାଡ୍ରାକା , ମାନ୍ୟବର ବିଧାୟକ , ରାୟଗଡ ଯୋଗଦାନ କରି ଗଛଟିଏ ମାଆଙ୍କ ନାମରେ ରୋପଣ କାର୍ଯକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାର୍ଯକ୍ରମରେ ଅନ୍ୟାନ୍ୟ ଅତିଥି ଭାବେରେ ସୁଶ୍ରୀ ସରସ୍ଵତୀ ମାଝୀ,ସଭାପତି, ଜିଲ୍ଲା ପରିଷଦ , ରାୟଗଡ,ଶ୍ରୀମତୀ ପାରୁଲ ପଟୱାରୀ, ଜିଲ୍ଲାପାଳ, ରାୟଗଡ଼,କୁମାରୀ ସ୍ଵାତୀ ଏସ କୁମାର ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ , ରାୟଗଡ଼ , ରାୟଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ,


ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ , ରାୟଗଡ଼ , ଶ୍ରୀ ସୁଜିତ କୁମାର ମିଶ୍ର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ, ଶ୍ରୀ କାମନା ବିଡିକା , ସରପଞ୍ଚ , ହାଲୁୱ। , ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ରାୟଗଡ଼ ଉପ-ବନ ସଂରକ୍ଷକ ଶ୍ରୀ ସତିଶ କୁମାର ଧାରୁଆ, ସାଇ ରାମ କମିଟି ର ସଦସ୍ୟ, ନୂତନ ହନୁମାନ ମନ୍ଦିର କମିଟି ର ସଦସ୍ୟ, ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଓ ବାରିଝୋଲା ପ୍ରାଥମିକ ବିଦ୍ୟାଳୟ ର ଛାତ୍ର , ଛାତ୍ରୀ , ଶିକ୍ଷକ ଓ ଶିକ୍ଷୟତ୍ରୀ, ଏନ ସି ସି କେଡ଼ର , ରାୟଗଡ ଉପସ୍ଥିତ ରହି ମାଆ ଙ୍କ ନାମ ରେ ଗଛ ଟିଏ ଉଦ୍ଧେଶ୍ୟ ରେ ବୃକ୍ଷ ରୋପଣ କାର୍ଯକ୍ରମ ରେ ପ୍ରତ୍ୟେକ ଗୋଟିଏ ଗୋଟିଏ ବିଭିନ୍ନ ରକମ ର ଚାରା ରୋପଣ କରିଥିଲେ । ରାୟଗଡ଼ ବନାଞ୍ଚଳ ର ସମସ୍ତ ବନକର୍ମଚାରୀ ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ ।

ରାୟଗଡ ବନାଞ୍ଚଳ ଅଧିକାରୀ ଶ୍ରୀ କମେଶ୍ଵର ଆଚାରୀଙ୍କ ତତ୍ତ୍ୱlଵଧାନରେ ଏହି କାର୍ଯକ୍ରମଟି ସୁପରିଚାଳିତ ହୋଇଥିଲା ।

 


ରାୟଗଡ଼ା ରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ

Leave a Reply

Your email address will not be published. Required fields are marked *