ବାଲିଗୁଡା ଏବଂ ଫୁଲବାଣୀଠାରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ରାଜ୍ୟ ସଭାପତି। ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଜାତୀୟତାବାଦ ଓ ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୁଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ମନମୋହନ ସାମଲ। ଜଳେଶପଟ୍ଟା ଆଶ୍ରମ ଓ କନ୍ୟା ଆଶ୍ରମ ପରିଦର୍ଶନ କରି ସ୍ୱର୍ଗତ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ। ବାଲିଗୁଡା ଏବଂ ଫୁଲବାଣୀଠାରେ ଆୟୋଜିତ “ବିଭାଜନ ବିଭୀଷିକା ସ୍ମୃତି ଦିବସ” କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ସଭାପତି। ଦେଶ ବିଭାଜନ ସମୟରେ ଯନ୍ତ୍ରଣା କେବେ ହେଲେ ଦେଶବାସୀ ଭୁଲି ପାରିବେ ନାହିଁ। ଫୁଲବାଣୀଠାରେ ଶହୀଦ ସଂଗ୍ରାମ କେଶରୀ ଲେଙ୍କାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ। ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଂଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ । ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ “ତ୍ରିରଙ୍ଗା ଯାତ୍ରା” ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡା ଏବଂ ଫୁଲବାଣୀଠାରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀ ଏବଂ ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

