ବାଲିଗୁଡା ରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା

ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବାଲିଗୁଡା ରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ମେଳା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l

ଏ ନେଇ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ଜଗତର ଜଗନ୍ନାଥଙ୍କ ନିକଟରେ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ମେଳାର ଶୁଭାରମ୍ଭ କରିବା ସହ ଉପସ୍ଥିତ ଦର୍ଶକ ଓ ମହିଳା ଉଦ୍ଯୋଗୀ ମାନଙ୍କୁ ଏହି ମେଳାର ଉଦେଶ୍ୟ ଓ ମହିଳା ମାନଙ୍କର ଆର୍ଥିକ ସ୍ୱାବଲମ୍ବୀ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଉଦେଶ୍ୟରେ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ ମହିଳାମାନେ କିପରି ସ୍ବାବଲମ୍ବୀ ହୋଇ ସମାଜରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିବେ ସେନେଇ ଆଲୋକପାତ କରିଥିଲେ ।

ଏହି ସୁଭଦ୍ରା ଶକ୍ତି ମେଳା ନାରୀ ସଶକ୍ତିକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିବ, କିଭଳି ଆଗାମୀଦିନରେ ଲକ୍ଷପତି ଦିଦି ହେବା ପାଇଁ ଉଦ୍ୟମ କରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ବୋଲି କହିଛନ୍ତି ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ଭୁନାଥ ନନ୍ଦୀ, ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ , ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତି ଥିଲେ ।

୭ ଦିନ ଧରି ଚାଲିବାକୁ ଥିବା ଏହି ମେଳା ରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ଏବଂ ବିଭିନ୍ନ ମହିଳା ଉଦ୍ୟୋଗୀ ମାନେ ଅଂଶଗ୍ରହଣ କରି ସରକାରଙ୍କ ଯୋଜନା ମାଧ୍ୟମରେ ଉପକୃତ ହେବେ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ବାଲିଗୁଡା ରୁ ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *