ଚାଲିଛି ବାଲି ମାଫିଆଙ୍କ ରାଜ। ଲଘୁ ଖଣିଜ ପଦାର୍ଥ ହେଉଛି ନଦୀ ବାଲି। ବାହୁଦା ନଦୀ କୁ ଲୁଟି ଚାଲିଛନ୍ତି ମାଫିଆମାନେ। ପ୍ରଶାସନ ନୀରବ ରହିଛି। ଏବଂ ନୂଆପଡା ପୋଲିସ ଫାଣ୍ଡି ର ନାକ ତଳେ ଚାଲିଛି ଚୋରା ବାଲି ଚାଲାଣ।
ଏଥି ପ୍ରତି ଖଣି ବିଭାଗ ଅଧିକାରୀ ମାନେ ଦୃଷ୍ଟି ଦିଅନ୍ତୁ। ଏହା ହେଉଛି କେ.ନୂଆଁଗାଁ ଥାନା ଅନ୍ତର୍ଗତ ନୂଆପଡ଼ା ଫାଣ୍ଡି ଅଧିନସ୍ଥ ଡଭାର ନିକଟରେ ରହିଥିବା ଅବୈଧ ସୈରତ। ବାହୁଦା ନଦୀର ଶଯ୍ୟାରୁ ରାତିରେ ଜେସିବି ଲଗାଇ ହାଇୱାରେ ବାଲି ଲୋଡ୍ ଚାଲିଛି। ଏସବୁ ଖଣି ଅଧିକାରୀ ଓ ପୋଲିସ ଜାଣତରେ ହେଉଛି।
ବାଲି ଲୁଟେରା ବା ମାଫିଆ ମାନେ କାହାକୁ ବେଖାତିରି ନ କରି ରାତି ରେ ଚୋରା ବାଲି ଚାଲାଣ ହେଉଛି ଯାହାକି ପ୍ରଶାସନ ଓ ପୋଲିସ ଅଧିକାରୀ ମାନେ ସବୁ ଜାଣି ଶୁଣି ମାସିକିଆ ଲକ୍ଷ୍ମୀ ଙ୍କ ପ୍ରସାଦ ଖାଇ ନିଘୋଡ଼ ନିଦ୍ରାରେ ସୋଇଛନ୍ତି। ଥାନା ବାବୁ ଙ୍କୁ ଫୋନ ରେ ଯୋଗାଯୋଗ କଲେ କିଛି ଉତ୍ତର ମିଳେନି ଓଲଟା ଫୋନ କାଟି ଦିଅନ୍ତି। ନୂଆଗାଁ ଥାନା ଅଞ୍ଚଳ ରେ ପୋଲିସ ସାମ୍ନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ବାଲି ଯାହା ଓଡିଶା ରୁ ଆନ୍ଧ୍ର କୁ ଚାଲାଣ ହେଉଛି କିନ୍ତୁ ପୋଲିସ ନିଶ ରେ ତେଲ ମାରି ଛୋଟ ଛୋଟ ଟ୍ରାକ୍ଟର ଵାଲା ଙ୍କୁ ଧରି ବାହାଃ ବାହାଃ ନେଉଛି।ଏହା ଆମ କେ, ନୂଆଗାଁ ଥାନା ଅଞ୍ଚଳ ରେ ଦେଖିବାକୁ ମିଳୁଛି। ସଞ୍ଜ ହେଲେ କେ ନୂଆଗାଁ ଥାନା ଅଧୀନରେ ଥିବା ନୂଆପଡା ଫାଣ୍ଡି ଠାରୁ ମାତ୍ର ଏକ କିଲୋମିଟର ଆଖ ପାଖରେ ବାହୁଦା ନଦୀରୁ ସୁନା ପିଲା ଭଳି ଧାଡ଼ି ଧାଡ଼ି ହୋଇ ବାଲି ବୋଝେଇ ହାଇୱା, ଟିପର ଓ ଟ୍ରକରେ ବାଲି ବେଧଡକ ଚୋରା ଚାଲାଣ ହେଉଛି । ପ୍ରଶାସନ ଧର୍ମକୁ ଆଖି ଠାର ଭଳି ଟ୍ରାକ୍ଟର କୁ ଜବତ କରି ବାଃ ବାଃ ନେଉଥିବାର ନଜର ଦେଖୁବାକୁ ମିଳୁଛି। ଖଣି ଓ ରାଜସ୍ବ ବିଭାଗ ପାଖରେ କେବଳ କାଗଜ କଲମରେ ୱାଇ ଫର୍ମ ରେ ଏସବୁ ବାଲି ବୋଝେଇ ଗାଡ଼ି ଯାଉଥିବା ସଫେଇ ଦିଆଯାଉଛି। ଏସବୁ ଖୁଲାମ ଖୁଲା କାରବାର ପଛରେ ନେତା ଓ ବାବୁ ମାନଙ୍କ ସମ୍ପୂର୍ଣ ସହ ଯୋଗ ଥିବା ଯୋଗୁଁ ପ୍ରଶାସନ ର ଆଖି ସାମନ୍ନା ରେ ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ଯେଉଁ ବାଲି ଘାଟର ନାଁ ରେ ୱାଇ ଫର୍ମ ନାହିଁ ସେ ଘାଟରେ ଦୈନିକ ରାତା ରାତି ବାଲି କୁ ଚୋରୀ କରାଯାଉଛି । ସାଧାରଣରେ ଚର୍ଚ୍ଚା ହେଉଛି ଏଠାରେ ମୁଖ୍ୟ ମାଫିଆ ହେଉଛନ୍ତି ପ୍ରଶାସନ। ଏହିମାନେ ହେଉଛନ୍ତି ମାଫିଆ ମାନଙ୍କ ସର୍ଦାର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଏହି ବାଲି ଚୋରାଚାଲାଣ ଯୋଗୁଁ ଏଠାକାର ସରକାରୀ ବାବୁମାନେ କୁବେର ପାଲଟିଯାଇଛନ୍ତି। ଏମାନଙ୍କ ପାଖରେ ଅମାପ ଆୟ ବହିର୍ଭୁତ ସମ୍ପତି ଅଛି।
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ।
ବାହୁଦା ନଦୀ କୁ ଲୁଟି ଚାଲିଛନ୍ତି ମାଫିଆମାନେ
