ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ଼ ମା କେ ନାମ ନାମ” ଅଭିଯାନ ଅଧାରରେ ଗଛ ଲଗାଇ ଉଦଘାଟନ କରିଥିଲେ ।
ସୂଚନା ଯୋଗ୍ୟ ଯେ ଆଗାମୀ ୧୫ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନରେ ପ୍ରାୟ ୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ ।
ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଗୁରୁବାରଠାରୁ ଜୁନ ୧୨ ପର୍ଯ୍ୟନ୍ତ ଦେଶବ୍ୟାପି ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପ। ଏହି
ଅଭିଯାନ ମାଧ୍ୟମରେ ଦେଶର ୭୦୦ ଜିଲ୍ଲାର ପ୍ରାୟ ୧ କୋଟି ୫୦ ଲକ୍ଷ ଚାଷିଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ।
ପ୍ରତ୍ୟେକ ଜିଲ୍ଲା ସ୍ତରରେ ତିନୋଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନ କୃଷି ଓ ମୂର୍ତ୍ତୀକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁ ଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ।
ଗବେଷଣାଲବ୍ଧ କୃଷି ସୂଚନା କିପରି ଭାବରେ ଚାଷୀ ଭାଇ ଭଉଣୀ ମାନଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ପଦକ୍ଷେପ ମାନ ନିଆଯିବ। ବିଶେଷ କରି ମୂର୍ତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷା ମୂର୍ତ୍ତିକା ସ୍ବାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେ କହିଛନ୍ତି ଯେ, ଆମ ସରକାର, ରାଜ୍ୟର ଧାନଚାଷୀ ଭାଇ ଭଉଣୀମାନଙ୍କୁ ଉତମ ମୂଲ୍ୟ ପ୍ରଦାନ କରିବା ଏବଂ ସେମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଐତିହାସିକ ପଦକ୍ଷେପ ନେଇଛନ୍ତି। ଆମ ସରକାରର କୃଷକ ଭାଇଭରଣୀମାନଙ୍କ ପାଇଁ ନୂଆ ନୂଆ ଯୋଜନା ଏବଂ ଚାଷୀମାନଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତା ଭାବ ଯୋଗୁଁ ଏହା ସମ୍ଭଦ ହୋଇପାରିଛି।