ବିଗତ ଦିନରେ ଏହି ସବୁ ଖଣି ଖାଦାନ ଉପରେ ସରକାରଙ୍କର ବିଭିନ୍ନ ବିଭାଗ ଚଢାଉ କରି ବହୁତ ଗାଡି

ସରକାରଙ୍କ ନୂଆ ନିୟମ ଅନୁଯାୟୀ ନଦୀବାଲିକୁ ଏବେ ଲଘୁ ଖଣିଜ ପଦାର୍ଥରେ ଅନ୍ତର୍ଭୁକ୍ତ କରାଯାଇଛି। ମାଙ୍କଡ଼ା ପଥର, କଳା ମୁଗୁନି ପଥର, ମୋରମ୍ ଆଦିକୁ ଏହି ଶ୍ରେଣୀରେ ବହୁତ ଆଗରୁ ଅନ୍ତର୍ଭୁକ୍ତ କରାଯାଇଅଛି। ଏହି ସବୁ ଲଘୁ ଖଣିଜ ପଦାର୍ଥ ଖୋର୍ଦ୍ଧା ଜିଲ୍ଲାରେ ବହୁ ପରିମାଣରେ ଗଛିତ ଅଛି। ବିଗତ ଦିନରେ ଏହି ସବୁ ଖଣି ଖାଦାନ ଉପରେ ସରକାରଙ୍କର ବିଭିନ୍ନ ବିଭାଗ ଚଢାଉ କରି ବହୁତ ଗାଡି ଏବଂ ବିନା ଲାଇସେନ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧରିଛି।
ଏହା ସାଧାରଣରେ ଜନମତ ସୃଷ୍ଟି କରୁଛି ଯେ ଏହି କାର୍ଯ୍ୟ ବହୁଦିନରୁ ଚାଲିଆସୁଛି। ସରକାରୀ କଳର ମସୁଧା ବିନା ଏବଂ ଲାଞ୍ଚ ନେବା ଏବଂ ଦେବାର ଭାଗୀଦାରୀ ଯୋଗୁଁ ଏହାହିଁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ବୋଧେ ଲାଞ୍ଚ ନେବା ବ୍ୟକ୍ତିବିଶେଷ ମାନଙ୍କର ସଂଜ୍ଞା ବଦଳିଯାଇଛି। ସେ ଯାହାବି ହେଉ
ଖୋର୍ଦ୍ଧା ଜିଲ୍ଲାରେ ଏହି ସବୁ ଖଣି ଖାଦାନ ଉପରେ ବଡ ଧରଣର ଚଢଉ ହୋଇଛି। ଖୋର୍ଦ୍ଧା ଜିଲ୍ଲା ମିଳିତ ଟ୍ରାକ୍ସ ଫୋର୍ସ ଆଦର୍ଶ ଥାନା ଅନ୍ତର୍ଗତ ଶରଧାପୁରରେ ଚଢ଼ାଉ କରି ୩୦ରୁ ଊର୍ଦ୍ଧ୍ବ ଖଣିରେ ବ୍ଯବହୃତ ଗାଡି ଜବତ କରିଛି। ଏଥିରେ ୫ଟି ହାଇୱା, ୨ଟି ଜେସିବି, ୯ଟି ୪୦୭, ୬ଟି ଟ୍ରାକ୍ଟର , ୧୦ଟି ବାଇକଏବଂ ୮ଟି ପାୱାର ଟିଲର ଜବତ କରିଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ପୋଲିସ, ରାଜସ୍ବ, ପରିବହନ ବିଭାଗ, ଖଣି ନିଗମ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରିଥିଲେ। ପ୍ରାୟ ୩ ପ୍ଳାଟୁନ ଫୋର୍ସ ମୁତୟନ ହୋଇଥିଲେ।
ପ୍ରକାଶ ଥାଉକି ଜଙ୍ଗଲ ଅବକ୍ଷୟ ପାଇଁ ବିନା ଲାଇସେନ୍ସ ରେ ଚାଲୁଥିବା କରତକଳ ଦାୟୀ। ବନବିଭାଗ ସେମାନଙ୍କ ସହିତ ଅନୈତିକ ବୁଝାମଣା ନକରି ସରକାରଙ୍କର ଅନ୍ୟ ବିଭାଗ ମାନଙ୍କ ସହିତ ସମନ୍ଵୟ ରକ୍ଷାକରି ଚଢାଉ କଲେ ସାଧାରଣରେ ପ୍ରସଂଶାରପାତ୍ର ହେବେ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *