ନୂତନ ବର୍ଷ ଉପଲକ୍ଷେ ବିଜୁ ସ୍ୱାଭିମାନ ମଞ୍ଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ।
ଏହିଭଳି ମଞ୍ଚ ପ୍ରତିଷ୍ଠା କରିଥିଲେ ସ୍ବର୍ଗତ ଦାମ ରାଉତ। ସେହି ସମୟରେ ବିଜେଡ଼ି ଥିଲା ପାୱାର ଫୁଲ। ଦାମ ବାବୁଙ୍କ ସ୍ୱାଭିମାନ ମଞ୍ଚରେ କୌଣସି ବିଜୁପ୍ରେମୀ ଯୋଗ ଦେଇନଥିଲେ। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଭିନ।

ଏହି ମଞ୍ଚ ରାୟଗଡା ଜିଲ୍ଲାକୁ ରାଜନୈତିକ କ୍ଷେତ୍ରରେ ପ୍ରଭାବିତ କରିବାର ଆଶା ଉଜ୍ୱଳ।ଆଜି ରାୟଗଡ଼ା ଜିଲ୍ଲା ରେ ସ୍ଥାନୀୟ ତେଜସ୍ଵୀ ପଡିଆ ଠାରେ ଜିଲ୍ଲା ର ପୂର୍ବତନ ବିଜୁ ଜନତା ଦଳ ର ରାଜ୍ୟ ସଭା ସାଂସଦ ଭାସ୍କର ରାଓ ବିଜୁ ସ୍ୱାଭିମାନ ମଞ୍ଚ ପ୍ରତିଷ୍ଠାତା ଜରିଆ ରେ ଏକ ନୂତନ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ କରା ଯାଇଛି । ଏହି କାର୍ଯ୍ୟ କ୍ରମ ରେ ଗୁଣୁପୁର ବ୍ଲକ ଅଧକ୍ଷ ଶିବ ପ୍ରସାଦ ଗୌଡ଼,ରାୟଗଡ଼ା ବ୍ଲକ୍ ଅଧକ୍ଷ ହର ପ୍ରସାଦ ହେପ୍ରିକା, କନକ ଲତା ମାଝି କାଶିପୁର ବ୍ଲକ ଅଧକ୍ଷ, ଟୁନି ହୁଇକା ରାୟଗଡ଼ା ବ୍ଲକ୍ ଅଧକ୍ଷ, ଓ ରାୟଗଡ ର ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମରିକା,ବିନାୟକ କର, ଅଭିନାଧ ବିଶ୍ୱାଇ, ଅମିୟ ସ୍ୱାଇଁ, ଓ ବିଭିନ ବ୍ଲକ ର ବିଜୁ ସ୍ୱାଭିମାନ ମଞ୍ଚ ର କର୍ମୀ ଉପସ୍ଥିତ ରହିଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ଟାଇମସ।
