ବିଜେଡ଼ି ସହିତ କଂଗ୍ରେସ ଏବଂ ବିଜେପିର କଳି ସାଧାରଣରେ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁଛି

ବିଜେଡ଼ି ସହିତ କଂଗ୍ରେସ ଏବଂ ବିଜେପିର କଳି ସାଧାରଣରେ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁଛି। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସଚେତନ ହୁଅ ରାଜନେତା”। ରାଜନେତା ମାନେ ଦଳମତ ନିର୍ବିଶେଷରେ ଶୃଙ୍ଖଳିତ ଭାବେ ଜନହିତକର କାମରେ ନିଜକୁ ନିୟୋଜିତ କଲେ ସାଧାରଣରେ ପ୍ରଶଂସାର ପାତ୍ର ହେବେ। ଏଠାରେ କିନ୍ତୁ ରାଜଗାଙ୍ଗପୁର ରେ ଦେଖିବାକୁ ମିଳିଛି ରାଜନୈତିକ କନ୍ଦଳ।


ପୁର୍ବତନ ବିଜେଡି ଟାଉନ ସଭାପତି ଙ୍କ ବିରୁଦ୍ଧରେ ଥାନା ରେ ଏତଲା । ରାଜଗାଙ୍ଗପୁର ସହର ରେ ଶାନ୍ତି ଶୃଙ୍ଖଳା ସହ ଗଣେଶ ପୂଜା ପାଇଁ ଜିଲ୍ଲା ଏସପି ଅମ୍ରିତପାଲ କୈର ଙ୍କ ଅଦଖ୍ୟତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ୍ ଏକ୍କା, ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରୀଜେଶ ରାଏ,ଉପଜିଲ୍ଲାପାଳ ତେଜସ୍ଵୀନି ବେହେରା, ଏଏସପି ମହେନ୍ଦ୍ର ମୁର୍ମୁ, ଏସିପିଓ ବିଭୁତି ଭୁଷଣ ଭୋଇ,ଡିଏସପି ମନୋରଞ୍ଜନ ପ୍ରଧାନ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ବିଡ଼ିଓ ଅକ୍ଷୟ କୁମାର ବାଗ ଏବଂ ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନ ଉପସ୍ଥିତ ଥିଲେ। ଥାନା ଅଧିକାରୀ ବିଜୟ ଦାସ, ଗଣେଶ ପୂଜା କମିଟି ର ସଭାପତି ରମେଶ ଅଗ୍ରୱାଲ ଙ୍କ ସହ ସହର ବିଭିନ୍ନ ପୂଜା କମିଟି ର ସଭାପତି ମାନେ ଉପସ୍ଥିତ ଥିଲେ।

ପୁର୍ବତନ ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡା ନିଜ ବକ୍ତବ୍ୟରେ ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନ ଙ୍କ ବିରୋଧ ରେ କାର୍ଯ ରେ ଅବହେଳା, ଫୋନ୍ କଲ୍ ନ ଉଠାଇବା ସହ ପୈରପାଳିକା କାର୍ଯ୍ୟାଳୟ କୁ ଦୋଷାରୋପ କରୁଥିବା ସମୟରେ କିଛି କାଉନସିଲର ଓ ସାଧାରଣ ନାଗରିକ ଏହାର କଡା ବିରେଧ କରିବାରୁ ଶାନ୍ତ ପରିବେଶ ଅଶାନ୍ତି ହୋଇଉଠିଥିଲା। ବିଧାୟକ ସମସ୍ତ ଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁଁ ନିବେଦନ କରିଥିଲେ। ଉକ୍ତ ଘଟଣା ସମ୍ପର୍କରେ ପୈରପାଳିକା ଚେୟାରମେନ ନିଜର ଭାବମୂର୍ତ୍ତି ଖୁର୍ଣ ସହ ଆଦିବାସୀ ମହିଳାକୁ ସର୍ବସାଧାରଣ ବୈଠକ ରେ ବିନା ପ୍ରମାଣ ରେ ଅପମାନ ଓ ସରକାରୀ ଅନୁଷ୍ଠାନ କୁ ବଦନାମ କରିବାକୁ ନେଇ ରାଜଗାଙ୍ଗପୁର ଥାନାରେ ଅମରେଶ ପଣ୍ଡା ବିରୁଦ୍ଧରେ ଆଦିବାସୀ ଙ୍କ ବିଭିନ୍ନ ଧାରା ଓ ଅପମାନିତ କରିବାକୁ ନେଇ ମାମଲା ରୁଜ୍ଜୁ କରିଥିଲେ। ଏଥିରେ ସ୍ପଷ୍ଟ ବାରି ହେଉଥିଲା ଯେ ପୋଲିସ ସରକାରୀ ଦଳ ସପକ୍ଷରେ ନିଜର ତଦନ୍ତ କରିବ। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *