ବିଜେଡିର ଅଭିଯୋଗ , ବିଜେପିର ବିଫଳତାର ବର୍ଷପୁରାଣି

ଶଙ୍ଖ ଭବନରେ ରାଜ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆ କମିଟି ଗଠନ ପରେ ବିଜେଡି ଡାକିଛି ବୈଠକ। ବୈଠକରେ ଅଧ୍ୟକ୍ଷତା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥିରେ ସମସ୍ତ କମିଟି ସଦସ୍ୟଙ୍କ ସହ ୨୦୨୪ ନିର୍ବାଚନର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ଥିଲେ।

ନବୀନ ବାବୁ ଙ୍କୁ ସ୍ବାଗତ କଲେ ହଜାର ହଜାର ବିଜେଡ଼ି ନେତା ଓ କର୍ମୀ , ସରକାରଙ୍କ ବିଫଳତା ସମ୍ପର୍କରେ ଦଳୀୟ କର୍ମୀ ଓ ନେତାଙ୍କୁ ସଚେତନ କରାଇବେ ନବୀନ। ବିଜେପି ସରକାରର ଏହି ଏକ ବର୍ଷ ବିଫଳତାର ବର୍ଷ ବୋଲି ଅଭିଯୋଗ କରିଛି ବିଜେଡି। ଭତ୍ତା ବିଫଳତା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅନାହାର ମୃତ୍ୟୁ, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତ୍ୟୁ, ବାଟବଣା ତଦନ୍ତ ରିପୋର୍ଟ ଭଳି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରିବାକୁ ନବୀନ ଦେଲେ ଗୁରୁମନ୍ତ୍ର ।

ସେହିପରି ବିଜେପି ସରକାର କହୁଛି, ରାଜ୍ୟରେ ଦୁର୍ନୀତି ହେଉନି । ହେଲେ ଜଣେ ଆଇଏଏସ୍ ଅଫିସରଙ୍କ ଘରୁ ଜବତ ହେଉଛି ୪୭ ଲକ୍ଷ ଟଙ୍କା। କିପରି ରାଜ୍ୟ ସଚିବାଳୟ ଦୁର୍ନୀତିର ଉତ୍ସ ପାଲଟିଛି, ତାହା ଉପରେ ଆଲୋଚନା କରାଗଲା। ବିଜେପି ସରକାର ଯେଉଁ ବର୍ଷ ପୂର୍ତ୍ତିର ସଫଳତା ନେଇ ଡିଣ୍ଡିମ ପିଟି ଉତ୍ସବ କରିବାକୁ ଯାଉଛନ୍ତି, ତାହାକୁ ବିଫଳତାର ବର୍ଷ ଭାବେ ପର୍ଦ୍ଦାଫାଶ କରିବ ବିଜେଡି। ଏହି କାର୍ଯ୍ୟକ୍ରମ ରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ଭୁବନେଶ୍ୱର ମେୟର ସୁଲଚନା ଦାସ, ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ, ବିଜେଡ଼ି ନେତା ଦେବି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସ୍ ର ଗଜପତି ଜିଲ୍ଲା ପ୍ରତିନିଧି କୃଷ୍ଣ କୁମାର ବେହେରା ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *