ବିଜେଡି ର ଆଠ ଜଣ ବିଧାୟକ କ୍ରସ ଭୋଟିଙ୍ଗ କରିଛନ୍ତି

ଫଟୋ ନିୟୁଜ,”ନିୟୁଜ ରୁମ” କୁ ମୁଁ ସ୍ୱାଗତ କରୁଛି ବର୍ଷା।ଓଡ଼ିଶରେ ରାଜ୍ୟସଭା ନିର୍ବାଚନ ପରେ ବିଜେଡି ଦଳରେ ଏକପ୍ରକାର ଗୋଷ୍ଟି କାନ୍ଦଳ ମୁଣ୍ଡ ଟେକୁଛି। ବିଜେଡି ର ଆଠ ଜଣ ବିଧାୟକ କ୍ରସ ଭୋଟିଙ୍ଗ କରିଛନ୍ତି। ସେଥି ମଧ୍ୟ ରୁ ପ୍ରଭାତ ବିଶ୍ୱାଳ ଏବଂ ଦେବିରଞ୍ଜନ ତ୍ରିପାଠୀ ସେମାନଙ୍କର ପିତା ମାନଙ୍କ ଉପରେ ହୋଇଥିବା ବିଜେଡି ଦଳ ତରଫରୁ ଅନ୍ୟାୟ ର ପ୍ରତିବାଦ ସ୍ୱରୂପ ଏହି ନିଷ୍ପତି ନେଇଛନ୍ତି ବୋଲ ମତ ଦେଇଛନ୍ତି।

ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର ସେମାଙ୍କୁ ନିଲମ୍ବନ କରିଥିବା ଯୋଗୁଁ ସେମାନେ କ୍ରସ ଭୋଟିଙ୍ଗ କରିଛନ୍ତି ବୋଲି ମତ ଦିଅନ୍ତି। ଏହିଭଳି ତ୍ରିତୋଲ ବିଧାୟକ ରମାକାନ୍ତ ଭୋଇ, ଜୟଦେବ ବିଧାୟକ ନବକିଶୋର ମାଲିକ, ବାଲିହୁଡା ବିଧାୟକ ଚନ୍ଦ୍ରମାଣି କହଁର ଏବଂ ବସ୍ତା ବିଧାୟିକା ଶୁଭାସିନୀ ଜେନା ମଧ୍ୟ କ୍ରସ ଭୋଟିଙ୍ଗ କରିଛନ୍ତି। ଏହା ଦ୍ୱାରା ନବୀନ ପଟନାୟକ ଙ୍କର ଦଳଉପରେ ଥିବା ପ୍ରଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବର୍ତମାନ ସମୟ ଆସିଛି ବିଜେଡି ଦଳ ନିଜର ଭୁଲ କୁ ତର୍ଜମା କରି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାର ସମୟ ଆସିଛି।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *