ସମିଳନୀରେ କହିଛନ୍ତି ଯେ “ଅସ୍ଥିତ୍ୱ ବଂଚାଇବା ପାଇଁ ସଂଘର୍ଷ” କରୁଛି ବିଜେଡ଼ି ପଦଯାତ୍ରା ମାଧ୍ୟମରେ। ବିନା ନେତାରେ ଚାଲିଛି ବିଜେଡି ପଦଯାତ୍ରା। ବିଜେପିର ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଉ ବିଜେଡି। ବିଜୁ ଜନତା ଦଳ ବର୍ତମାନ ଦଳୀୟସଙ୍କଟ ଦେଇ ଗତି କରୁଛି । ଏହି ସଙ୍କଟ ଏତେ ମାତ୍ରାରେ ବଢ଼ିଯାଇଛି କି କିଏ କ’ଣ ନିଷ୍ପତି ନେବ ତାହାକୁ କେହି ଜାଣିପାରୁନାହାନ୍ତି । ସେମାନେ ନିଜର ଦାବି କ’ଣ ସେବିଷୟରେ କିଛି ନ ଜାଣି କେବଳ ଦଳର ଅସ୍ଥି୍ତ୍ୱ ବଂଚାଇବା ପାଇଁ ପଦଯାତ୍ରା କରୁଛନ୍ତି ବୋଲି ଦଳ ତରଫରୁ କୁହାଯାଇଛି । ତାଙ୍କ ଦଳର କର୍ମୀମାନେ ଏବେ ନବୀନଙ୍କୁ ଖୋଜୁଛନ୍ତି । ବିନା ନେତାରେ ଏହି ପଦଯାତ୍ରା ଚାଲିଛି । ବିଜେଡି ପକ୍ଷରୁ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠରେ ‘ସେବା, ସ୍ୱାଭିମାନ ଓ ସଂଗ୍ରାମ ପଦଯାତ୍ରା’ କରାଯାଉଛି। ବିଜେଡି ଶାସନରେ ବେକାରୀ, ଅପରାଧ, ଶିଶୁ ଓ ମାତୃ ମୃତ୍ୟୁ ହାରରେ ଓଡ଼ିଶା ଦେଶରେ ଏକ ନମ୍ବର ଥିଲା । ବିଜେଡି ଶାସନରେ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା କଥା ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରେ ଖୁଲାସା ହୋଇଛି । କୃଷକମାନଙ୍କ ସର୍ବନିମ୍ନ ଆୟ କ’ଣ ତାହାକୁ ମଧ୍ୟ ଲୋକେ ଦେଖିଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସୁପ୍ରିମୋ ଓଡ଼ିଆ ଭାଷା ମଧ୍ୟ ଶିଖିପାରି ନ ଥିବା ବେଳେ ଓଡ଼ିଆ ସ୍ୱାଭିମାନ କଥା କହିବା ଅତ୍ୟନ୍ତ ହାସ୍ୟସ୍ପଦ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନାମରେ ହୋଇଥିବା ‘ଗୋପବନ୍ଧୁ ଗ୍ରାମୀଣ ରୋଜଗାର ଯୋଜନା’କୁ ବନ୍ଦ କରିଦେଇଥିଲା । ବିଜୁ ଜନତା ଦଳ ଯାହା ନାମରେ ଗଠନ ହୋଇଛି କେବଳ ସେ ହିଁ ମହାପୁରୁଷ ବୋଲି ବିଜେଡି ବିଶ୍ୱାସ କରେ । ସେଥିପାଇଁ ସବୁ ଯୋଜନା ଓ ପ୍ରତିମୂର୍ତି କେବଳ ବିଜୁଙ୍କ ନାମରେ କରି ମହାପୁରୁଷମାନଙ୍କୁ ଅସମ୍ମାନିତ କରିଛି ବିଜେଡି । ଏଥିଯୋଗୁ ବିଜେଡିକୁ ଜନସାଧାରଣ ଉଚିତ ଜବାବ୍ ଦେଇଛନ୍ତି । ବିଜୁ ଜନତା ଦଳ ସରକାରରେ ଥିଲାବେଳେ ଓଡ଼ିଶାର ମା’ଓ ଭଉଣୀମାନଙ୍କ ପାଇଁ କିଛି କରି ନଥିଲା, ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ଦେବାକୁ କହି ଠକି ଦେଇଥିଲା । ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇ ପାରି ନଥିଲା । ମାତ୍ର ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା ସଶକ୍ତୀକରଣ ପାଇଁ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ଚାଷୀଙ୍କ ପାଇଁ ୮୦୦ ଟଙ୍କା ଲେଖାଏଁ ଇନ୍ପୁଟ୍ ସହାୟତା ଦେଇଛନ୍ତି । ଚଳିତ ଥର ଚାଷୀଙ୍କ ଠାରୁ ରେକର୍ଡ ପରିମାଣରେ ଧାନ କିଣାଯାଇଛି । ଭୁବନେଶ୍ୱରରୁ ନଳିନୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ବିଜେପିର ଉକ୍ତି ବିଜେଡିର ଅସ୍ତିତ୍ୱ ପାଇଁ ପଦଯାତ୍ରା
