ବିଜେପି ଏବଂ ବିଜେଡି ଦୁଇ ରାଜନୈତିକ ଦଳ ଯେକୌଣସି ସୁଯୋଗ ପାଇଲେ ଉଭୟ ଉଭୟଙ୍କୁ ଆରୋପ ଓ ପ୍ରତ୍ୟାରୋପ କରୁଛନ୍ତି

ବିଜେପି ଏବଂ ବିଜେଡି ଦୁଇ ରାଜନୈତିକ ଦଳ ଯେକୌଣସି ସୁଯୋଗ ପାଇଲେ ଉଭୟ ଉଭୟଙ୍କୁ ଆରୋପ ଓ ପ୍ରତ୍ୟାରୋପ କରୁଛନ୍ତି। ବାସ୍ତବରେ ରାଜନୈତିକ ଦଳ ମାନେ ରାଜନୀତିହିଁ କରିବେ। କିନ୍ତୁ ଜନତା ଏଥିରେ ଢଳି ଯାଉନାହାନ୍ତି। ଚଳିତ ବର୍ଷ ମଧୁବାବୁଙ୍କ ଜୟନ୍ତୀରେ ବିଜେଡି ନେତା ଅରୁଣ ସାହୁ ଏବଂ ଦେବୀ ପ୍ରସାଦ ମିଶ୍ର ସରକାରଙ୍କୁ ଚାରୋଟି ପ୍ରଶ୍ନ କରିଛନ୍ତି। ଯଥା :- “୩୦୦ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି କ’ଣ?”,
“ବିକଶିତ ଓଡ଼ିଶା ପାଇଁ ଆଗାମୀ ୪ ବର୍ଷର ରୋଡମ୍ୟାପ ପ୍ରକାଶ କରିବେ କି ?”,
“ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଏବଂ ଫୋକସ ଷ୍ଟେଟ୍ ମାନ୍ୟତା କେବେ ମିଳିବ ?” ଏବଂ “ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କେବେ ହେବ ?”
ସରକାରକୁ ଆସିବାର ଶହେ ଦିନ ଭିତରେ ରାଜ୍ୟରେ ଆଖିଦୃଶିଆ କାର୍ଯ୍ୟ କରି ଦେଖାଇବୁ ବୋଲି କହିଥିବା ବିଜେପି ସରକାରକୁ ତିନି ଶହ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ପାରିନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରର ବିଫଳତାକୁ ନେଇ ପ୍ରଶ୍ନ କରିଥିଲେ I


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସ୍ବତନ୍ତ୍ର ଓଡିଶା ଗଠନ, ଭାଷା ସୁରକ୍ଷା ରେ ମଧୁବାବୁ ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରା,ଡେପୁଟି କଲେକ୍ଟର ପ୍ରଶାନ୍ତ ଜେନା,ମନୀଷା ଷଡ଼ଙ୍ଗୀ, ସହଦେବ ସାହୁ, ବିବେକାନନ୍ଦ ସାହୁ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି,ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ଉପ ନିର୍ଦ୍ଦେଶକ ଉଦ୍ୟାନ ମଞ୍ଜୁଳା ରଥ, ଆରଟିଓ ରବିନ ପଟ୍ଟନାୟକ,
ସହକାରୀ ଜିଲ୍ଲାପାଳ ଆଶୁତୋଷ ଦେ,ୱ୍ବାଟକୋ ନିର୍ବାହୀ ଯନ୍ତ୍ରୀ ବିକ୍ରମ ରାଉତ, ଏଆରସିଏସ ସ୍ୱରୂପ କର, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଅନ୍ୟାନ୍ୟ ସ୍ଥାନରେ ଥିବା ଉତ୍କଳ ଗୌରବ ଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।
ବାସ୍ତବରେ ପୂଜ୍ୟପୂଜା ପାଇଁ ଉଦିଷ୍ଟ ଦିବସ ମାନଙ୍କରେ ପ୍ରତ୍ୟକ ରାଜନୈତିକ ଦଳ ଏକାଠି ହୋଇ ପାଳନ କରିବା ଉଚିତ୍ ବୋଲି ବୁଦ୍ଧିଜିବୀ ମାନେ ମତବ୍ୟକ୍ତ କରିଛନ୍ତି।
ପୁରୀରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା ଏବଂ ଭୁବନେଶ୍ବରରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍।

Leave a Reply

Your email address will not be published. Required fields are marked *