ବିଜ୍ଞାପିତ ଅଞ୍ଚଳ ଗୁଡ଼ାରୀ ତରଫରୁ ସ୍ୱାୟତ୍ତ ଶାସନ ପାଳନ।

ବିଜ୍ଞାପିତ ଅଞ୍ଚଳ ଗୁଡ଼ାରୀ ତରଫରୁ ସ୍ୱାୟତ୍ତ ଶାସନ ପାଳନ। ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ତରଫରୁ  ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଛି। ଗୁଡ଼ାରୀ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ କୁମାର ପାଢ଼ୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରିମିତି ଶବରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ପରିଷଦ ଉପାଧ୍ୟକ୍ଷ ବି.ୟୋଗେଶ୍ୱର ରାଓ, ବ୍ଲକ ଯୋଗାଣ ଅଧିକାରୀ ସୁପ୍ରିୟ ସମ୍ବିତ, ଯନ୍ତ୍ରୀ ଅଜିତ ଶବର, ଏମପି ପ୍ରତିନିଧି (ଏନ ଏ ସି) ଶାସନପୁରି ମୀନକେଶ ବାବୁ ପ୍ରମୁଖ ମଞ୍ଚାସିନ ଅତିଥିଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପଦୀପ ପୁଷ୍ପାଳକ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇ ଶ୍ରୀଫଳ ଭାଙ୍ଗି,ଶିଶୁ କଳାକାର ସୁଶ୍ରୀ ଦିବ୍ୟାଂସୀ ବେହେରାଙ୍କ ସ୍ୱାଗତ ନୃତ୍ୟ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ, ନିର୍ବାହୀ ଅଧିକାରୀ ଶ୍ରୀ ପାଢ଼ୀଙ୍କ ଦ୍ୱାରା ସ୍ୱାୟତ୍ତ ଶାସନ ସମ୍ପର୍କରେ ମତ ଉପସ୍ଥାପନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତି ସାଇଁଙ୍କ ଦ୍ୱାରା ଅଭିଭାଷଣ ଶୁଣିବାକୁ ମିଳିଛି। ମୁଖ୍ୟ ଅତିଥି ଶ୍ରୀମତୀ ସ୍ୱାଇଁଙ୍କ ଅଭିଭାଷଣ ରେ ଗୁଡ଼ାରୀ ଏନ.ଏ.ସି., ଅତି ପୁରାତନ, ୧୯୭୨ ମସିହାରେ ଏନ.ଏ. ସି ମାନ୍ୟତା ପାଇ ୫୩ ବର୍ଷ ବିତିଯାଇଛି। ତଥାପି ଆଜି ପର୍ଯ୍ୟନ୍ତ ଅନୁନ୍ନତ ଅବସ୍ଥାରେ ପଡ଼ି ରହିଛି ବୋଲି ମତ ପ୍ରକାଶ କରିଥିଲେ ।ସ୍ୱାୟତ୍ତ ଶାସନ ଅବସରରେ ଗୁଡ଼ାରୀ ପରିଷଦ ପକ୍ଷରୁ ସରକାରଙ୍କ ଯୋଜନା ପ୍ରକାରେ ସ୍ଥାନୀୟ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାରମ୍ପରିକ ନୃତ୍ୟ,ବକୃତା,ଚିତ୍ରାଙ୍କନ, ସଂଗୀତ ଓ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ସ୍ୱୟଂ ସହାୟିକା ଗୋଷ୍ଠିର ହିତାଧିକାରୀ ମାନଙ୍କୁ ନେଇ ଝୋଟି/ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପରିଷଦ ପକ୍ଷରୁ ସମାନ ପତ୍ର ପ୍ରଦାନ କରାଯାଇଛି । ସେହିପରି ସମାଜ ସେବୀ ଲତିକା ଦାଶ, ଆମ ସଫେଇ କର୍ମଚାରୀ ଶ୍ରେଷ୍ଠ ସଫେଇ ସମ୍ମାନ ପୁରସ୍କାର କୋଣ୍ଡାଲା ସୁରେଶଙ୍କୁ ଓ ସ୍ବାଗତଂ ନୃତ୍ୟ ପରିବେଷଣ କରିଥିବା କୁନି କଳାକାର ଦେବାଂଶୀ ବେହେରାଙ୍କୁ ସୌଜନ୍ୟ ମୂଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯାଇଥିଲା।
ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *