ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ମୁନିଗୁଡ଼ା ରେ ୧୨ ଘଣ୍ଟିଆ ବନ୍ଦ ପାଳନ।
ରାୟଗଡ଼ା ଜିଲ୍ଲା ମୁନିଗୁଡା କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ମୁନିଗୁଡ଼ା ରେ ଆଜି ଶାନ୍ତି ଶୃଙ୍ଖଳା ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳ ୬ ଟା ରୁ ଆଜି ଲକ୍ଷ୍ମଣ ନାୟକ ଛକ, ମୁନିଖୋଲ, ଗୋବର୍ଦ୍ଧନ ଆଦି ଜାଗାରେ ଏନଏସି ମିଳିତ କ୍ରିୟାନୁଷ୍ଠାନ ମଞ୍ଚ ଓ ମୁନିଗୁଡା ପ୍ରଗତି ମଞ୍ଚ ପକ୍ଷରୁ ପିକେଟିଙ୍ଗ କରାଯାଇ ଯାନବାହନ କୁ ଅଟକ ରଖାଯାଇଥିଲା। ଏତତ୍ ବ୍ୟତୀତ ଏକ ବଡଧରଣର ରାଲି କରାଯାଇ ଆମ ର ଦାବି ମୁନିଗୁଡା କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଉ ଦାବି ନେଇ ସହର ପରିକ୍ରମା କରାଯାଇଥିଲା। ଏହାଛଡା ସ୍କୁଲ, କଲେଜ, ବ୍ୟାଙ୍କ, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ମିଳିତ କ୍ରିୟାନୁଷ୍ଠାନ ମଞ୍ଚ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ନିକଟରେ ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ମୁନିଗୁଡା କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିନାହାନ୍ତି ସେ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇ ଧାରଣା ଦେବା ଆରମ୍ଭ ହୋଇଛି। ଏଠାରେ ପ୍ରକାଶ ଥାଉକି ପୂର୍ବରୁ ମୁନିଗୁଡା କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। ଏବେ କିଭଳି ଭାବେ ତାଲିକାରେ ମୁନିଗୁଡା ନାମ ନାହିଁ ସେନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

ସମସ୍ତ ରାଜନୈତିକ ଦଳ, ବ୍ୟକ୍ତି ବିଶେଷ, ଯୁବ ବର୍ଗ, ମୁନିଗୁଡା ର ବିଭିନ୍ନ ମହିଳା ସଙ୍ଗଠନ, ବ୍ୟବସାୟିକ ଅନୁଷ୍ଠାନ, ପ୍ରେସ କ୍ଳବ୍, ଅନ୍ୟାନ୍ୟ ସାମ୍ବାଦିକ ସଂଘ, ବିଭିନ୍ନ ସାହିର କ୍ଳବ୍ ସଦସ୍ୟ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସମେତ ମୁନିଗୁଡା ର ସମସ୍ତ ଜନସାଧାରଣ ସ୍ବତଃପୃତ ଭାବେ ଜଡ଼ିତ ରହି ଏହି ବନ୍ଦ ପାଳନ ରେ ସାମିଲ ରହିଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନ କୁ ଜୋର୍ ଦାର କରାଯିବ ବୋଲି ପ୍ରଗତିମଞ୍ଚ ଆବାହକ ତଥା ସଭାପତି ଗଣେଶ୍ଵର ରାଓ ପ୍ରକାଶ କରିଛନ୍ତି।
ମୁନିଗୁଡାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆନନ୍ଦ ରାଓଙ୍କ ରିପୋର୍ଟ।
