ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ କମ୍ୟୁନିଷ୍ଟ ସେଣ୍ଟର ଠାରେ ଭାରତୀୟ ଜାତୀୟ କଂଗ୍ରେସ ନିର୍ଦ୍ଦେଶନା ରେ ଦଳ କୁ ତୃଣମୂଳ ସ୍ତରରେ ଶକ୍ତି ଶାଳୀ ମଜବୁତ କରିବା ଉଦ୍ଧେଶ୍ୟରେ ରାଜଗାଙ୍ଗପୁର ବିଧାନସଭା ର ବିଧାୟକ ଡଃ ସିଏସ ରାଜନ୍ ଏକ୍କା ଙ୍କ ତତ୍ବାବଧାନରେ ସଂଘଟଣ ସ୍ରୁଯନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମ ରେ ସର୍ବଭାରତୀୟ କଂଗ୍ରେସ କମିଟିର ର ପୁର୍ବତନ ସମ୍ପାଦକ ସଞ୍ଜୟ କପୁର ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ତଳ ସ୍ତରର ନେତା କର୍ମୀ ଙ୍କ ମତାମତ କୁ ଗ୍ରହଣ କରି ଜିଲ୍ଲା ସଭାପତି ଚୟନ କରାଯିବ ବୋଲିି ସୁଚନା ଦେଇଥିଲେ। ରାଜଗାଙ୍ଗପୁର ଡାକ ବଙ୍ଗଳା ଠାରେ ଏଆଇସିସି ପୁର୍ବତନ ସମ୍ପାଦକ ସଞ୍ଜୟ କପୁର, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଳଲୁ, ପୁର୍ବତନ ସାଂସଦ ସକୁନ୍ତଲା ଲାଗୁରୀ, ପିସିସି ଲଜିସ୍ଟିକ ଅଭିଷେକ ଦଳବେହେରା, ପିସିସି ସମ୍ପାଦକ ଅମିନା ମିଞ୍ଜ ଓ ବହୁ ଜିଲ୍ଲା ତଥା ସ୍ଥାନୀୟ ନେତା ଙ୍କୁ ପାରମ୍ପାରିକ ନୃତ୍ୟ ଗୀତ ତାଲେ ତାଲେ ସଭା ସ୍ଥଳକୁ ପାଛୋଟି ଆଣି ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ।

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚେଇବା ଓ ଦଳ କୁ ତୃଣମୂଳ ସ୍ତରରେ ଶକ୍ତି ଶାଳୀ ମଜବୁତ କରିବା ଉକ୍ତ ସଭାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଭାରୀ ଅଜୟ କୁମାର ଲଳଲୁ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରାଜଗାଙ୍ଗପୁର, କୁତ୍ରା, ଲାଠିକଟା ବ୍ଲକ୍ ଓ ପୈରପାଳିକା ଅନ୍ତର୍ଗତ ସମସ୍ତ ତଳ ସ୍ତରର କର୍ମୀଙ୍କ ଜିଲ୍ଲା ସଭାପତି ଚୟନ ପାଇଁ ମତଦାନ ଗ୍ରହଣ କରିଥିଲେ ସଞ୍ଜୟ କପୁର।

ଏହି ଅବସରରେ ରାଜଗାଙ୍ଗପୁର ଟାଉନ କଂଗ୍ରେସ ସଭାପତି ଦେବରଞନ ବିନୋଦ ବ୍ଳକ ପ୍ରତିନିଧି ଅରୁଣ ସାମଳ ବରିଷ୍ଠ ନେତା ଇକବାଲ ମଲ୍ଲିକ କୋୟା ବାବୁ, ବିଭିନ୍ନ ୱାର୍ଡରୁ ଆସିଥିବା କାଉନସିଲର ସ୍ଥାନୀୟ ନେତା କର୍ମୀ, ମହିଳା ଛାତ୍ର ସେବା ଦଳ ର ନେତା ଉପସ୍ଥିତ ଥିଲେ।
