ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ଭଲ ଖବର “। ଏଠାରେ ନ୍ୟୁଜ ର ମୁଖ୍ୟ ଆକର୍ଷଣ ହେଉଛନ୍ତି କଂଗ୍ରେସ ର ରାଜଗାଙ୍ଗପୁର ବିଧାୟକ ଡ଼. ରାଜନ ଏକ୍କା। ବୁଦ୍ଧିଜୀବି ମାନେ ମତ ଦେଉଛନ୍ତି ଯେ ସେ ରାଜ୍ୟ ସ୍ତରୀୟ ଦାଇତ୍ୱ ନେବାପାଇଁ ଯୋଗ୍ୟ ବ୍ୟକ୍ତି। କିନ୍ତୁ ତାଙ୍କ ଅଞ୍ଚଳ ପ୍ରତି ଯେଭଳି ଅବହେଳା ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ରାଜଗାଙ୍ଗପୁର ବିଧାୟକ ଙ୍କୁ ଗୁରୁଦାୟିତ୍ଵ ପ୍ରଦାନ। ସର୍ବଭାରତୀୟ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଦାଇତ୍ୱ ରାଜଗାଙ୍ଗପୁର ବିଧାନସଭା ର ବିଧାୟକ ଡଃ ସି.ଏସ. ରାଜନ ଏକ୍କା ଙ୍କୁ ପ୍ରଦାନ କରାଯାଇଥିବା କଂଗ୍ରେସ କମିଟିର ସାଧାରଣ ସଂପାଦକ କେ.ସି. ଭେଣୁଗୋପାଳ ପ୍ରେସ ମାଧ୍ୟମରେ ସୁଚନା ଦେଇଛନ୍ତି। ଉକ୍ତ ଖବର ଆଜି ରାଜଗାଙ୍ଗପୁର ବିଧାନସଭା ଅଞ୍ଚଳର କଂଗ୍ରେସ ଦଳର ନେତା, କର୍ମୀ ଓ ସାଧାରଣ ନାଗରିକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।