ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟ ସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ପଞ୍ଚାୟତ ସ୍ତରୀୟ ଏକ ଦିନିଆ କର୍ମଶାଳ

ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମୁଖ୍ୟ ସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ସମ୍ପର୍କିତ ପଞ୍ଚାୟତ ସ୍ତରୀୟ ଏକ ଦିନିଆ କର୍ମଶାଳା।
ରାୟଗଡ଼ ଜିଲ୍ଲା ସଦର ବ୍ଲକ ହାଟ ଶେଷଖାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଆନୁକୁଲ୍ୟରେ ପଞ୍ଚାୟତ ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ବିପର୍ଯ୍ୟୟ କ୍ଷେତ୍ରରେ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତିକରଣ ସଂପର୍କିତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ଓସଡମା” ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, “ଓସଡମା” ର ତାଲିମ ପ୍ରଦାନକାରୀ ଦଳ, ପି ଏ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜର ଏମ୍ ମାଙ୍ଗାମା ଶିଶୁ, ମାତୃ ଓ କିଶୋରୀ ବାଳିକାଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବିଷୟରେ କହିଥିଲେ । ଆଗାମୀ ଦିନରେ କିଶୋରୀ ବାଳିକାଙ୍କୁ ନେଇ ଦୁଇ ଦିନିଆ ତାଲିମ ଅନୁଷ୍ଠିତ ହେବ। ଏଥିପାଇଁ ଆଲୋଚନା କରାଯାଇଥିଲା ।

ଶେଷଖାଲ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ୱାର୍ଡ ସଦସ୍ଯ, ଓଡିଶା ଜୀବିକା ମିଶନର ସିଆରପି, ଏମବିକେ ଆଦି ଅଂଶଗ୍ରହଣ କରିଥିଲେ । ଉଦଘାଟନ ଉତ୍ସବରେ ସମିତି ସଭ୍ଯ କ୍ରୀଷ୍ଣା କଲାକା, ଶେଷଖାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ମନୋଜ ଜିଲାକାରା ଉପସ୍ଥିତ ଥିବାବେଳେ କର୍ମ ଶାଳାର ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପଞ୍ଚାୟତ କାର୍ଯ୍ଯାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।
ରାୟଗଡାରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *