ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ପରିଚାଳିତ” ଉତ୍ସାହ” ଡେ କେୟାର ରିହାବିଲିଟେଶନ ସେଣ୍ଟର୍, କଣ୍ଟାମାଳ ଠାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳନl
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ଦ୍ଵାରା ପରିଚାଳିତ ଉତ୍ସାହ – ଡେ କେୟାର ରିହାବିଲିଟେଶନ ସେଣ୍ଟର୍, କଣ୍ଟାମାଳ ପ୍ରାଙ୍ଗଣ ରେ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ, ଓଡ଼ିଶା ସରକାର ଙ୍କ ସହାୟତାରେ ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ରେଆର୍ ର ସାଧାରଣ ସମ୍ପାଦକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନଙ୍ଗ ନେଗୀ ଓ ଧରମ ବେହେରା ମହୋଦୟ ଅତିଥି ଭାବେ ଯୋଗଦାନ କରିଥିଲେ l ଏହା ସହ ସେଣ୍ଟର୍ ର ସ୍ଵତନ୍ତ୍ର ପ୍ରଶିକ୍ଷୀକା ବୀଣାପାଣି ଲୁହା, ଭୌତିକ ଚିକିତ୍ସକ ସୋମନାଥ ସାହୁ, କାଉନସିଲର କାନନ ରଥ ପ୍ରମୁଖ ଯୋଗଦାନ କରିଥିଲେ । ବୀଣାପାଣି ଲୁହା ମହୋଦୟା ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ସ୍ୱତନ୍ତ୍ର ଶିକ୍ଷା କିପରି ଭିନ୍ନକ୍ଷମ ଶିଶୁ ମାନଙ୍କ ଜୀବନରେ ପ୍ରଗତି ଆଣିଥାଏ ସେହିବାବଦରେ ଆଲୋଚନା କରିଥିଲେ । ଭୌତିକ ଚିକିତ୍ସକ ସୋମନାଥ ସାହୁ ମସ୍ତିଷ୍କ ପକ୍ଷାଘାତ କଣ? ଏହାର କାରଣ, ଲକ୍ଷଣ, ଜଡ଼ିତ ଅସୁବିଧା ଓ ସରକାର ଙ୍କ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଚିକିତ୍ସା କେନ୍ଦ୍ର ବାବଦରେ ଆଲୋଚନା କରିଥିଲେ । BSSO ମହୋଦୟ ଭିନ୍ନକ୍ଷମ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ସ୍କିମ୍ ଓ ଶିକ୍ଷା, ସହାୟତା ବାବଦରେ ଆଲୋଚନା କରିଥିଲେ । ଏହାପରେ ଅନଙ୍ଗ ନେଗି ମହୋଦୟ ବିଭିନ୍ନ ଉଦାହରଣ ଓ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଭିନ୍ନକ୍ଷମ ଶିଶୁ ମାନଙ୍କ ସଫଳତା ବାବଦରେ କହି ଅଭିଭାବକ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ଭିନ୍ନକ୍ଷମ ଶିଶୁ ମାନଙ୍କ ଶିକ୍ଷାଗତ କୃତିତ୍ୱ ପାଇଁ ନିରଞ୍ଜନ ଷlଣ୍ଢ, ଭୀମସେନ ରଣା, ରୁଦ୍ରନାରାୟଣ ମେହେର, ଆଶୁତୋଷ କୁଆଁର ଓ କୌଶଲାତ୍ମକ ଯୋଗ୍ୟତା ପାଇଁ ଭୀମସେନ ରଣା ଙ୍କୁ ଆହୁରି ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କୁ ଉପହାର ପ୍ରଦାନ କରାଯାଇ ଥିଲା । ଏହାପରେ ଭୀମସେନ ରଣା ଓ କାମିନା ନାୟକ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇ ଥିଲା । ଏହି ଅବସର ରେ ଏକ ଅଭିଭାବକ ସମ୍ମିଳନୀ ର ଆୟୋଜନ ମଧ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଟିକୁ ଅନଙ୍ଗ ନେଗୀ ମହୋଦୟ ଙ୍କ ନେତୃତ୍ୱ ରେ ଏକ ଅଭିଭାବକ ସଂଗଠନ ର ନିର୍ମାଣ କରାଗଲା। ସର୍ବସମ୍ମତି କ୍ରମେ ସଭାପତି ରଞ୍ଜନ ମଲ୍ଲିକ, ଉପସଭାନେତ୍ରୀ ସେବତୀ ରଣା ଓ ସମ୍ପାଦକ ରାଜେନ୍ଦ୍ର ମେହେରଙ୍କୁ ମନୋନୀତ କରାଯାଇଥିଲା। ଅଭିଭାବକ ମାନେ ନିଜର ଅସୁବିଧା ଗୁଡ଼ିକ BSSO ମହୋଦୟ ଙ୍କୁ ଜଣାଇ ଥିଲେ l ଯଥା ଭତା, ଆଧାର କାର୍ଡ ଅପଡେଟ ଇତ୍ୟାଦି ଓ ସେ ଏହି ସବୁ ସମସ୍ୟା କୁ ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସେଣ୍ଟର ର କାଉନସିଲର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାସମାପ୍ତି ର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମମତା କୁମ୍ଭାର, ସୁପ୍ରଭା ଯାନି, ସମୀର ରଣା, ଚୌଧୁରୀ ବାରିକ, ଟିକେଚନ ରଣା ଓ କାମିନା ନାୟକ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳନl
