ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡ଼ିଗ୍ରୀ କଲେଜ ରେ ବିଶ୍ଵ ଏଡ୍ସ ଦିବସ ଉପଲକ୍ଷେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ସଂଯୋଜକ ମାନସ ରଞ୍ଜନ ବକୁଳ ଙ୍କ ସଂଯୋଜନା ଓ କଲେଜ ଅଧ୍ୟକ୍ଷ ଗିରିଧାରୀ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନା ସଭାରେ କଲେଜ ର ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l

ଡ଼ା କାହ୍ନା ପ୍ରକାଶ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏଡ୍ସ ର ଉତ୍ପତ୍ତି, ନିରାକରଣ ସହ ଏଡ୍ସ ଭଳି ବ୍ୟାଧିକୁ ତିନୋଟି ସଚେତନା ଯଥା ସଂଯମତା, ମାନସିକତା ଓ ଆଧ୍ୟାତ୍ମିକତା କୁ ଧ୍ୟାନ ଦେଇ ଚିଳିଲେ ପୃଥିବୀରୁ ଏଡ୍ସ ଆଉ ରହିବ ନାହିଁ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନିଲ ଗୁରୁ, ହୃଷୀକେଶ ଭୋଇ, ଟଙ୍କଧର କମ୍ପ, ଅଧ୍ୟାପିକା କବିତା ସାହୁ ସଙ୍ଗୀତ ଭୋଇ, ଶ୍ରୀକାନ୍ତ ରଣା ପ୍ରମୁଖ ଉପସ୍ଥିତ ରହି ଏଡ୍ସ ର ନିରାକରଣ ଉପରେ ବକ୍ତବ୍ୟ ରଖିଥିଲେ l

ଅଧ୍ୟାପିକା ଗୀତାଞ୍ଜଳି ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ l ପରେ ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନା ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ କଲେଜ ପରିସରରେ ଗ୍ରାମ୍ୟ ପରିକ୍ରମା କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
