ବିଷମକଟକ ବ୍ଲକ ସଦର ମହକୁମା ସ୍ଥିତ ସ୍ଥାୟୀ ଦୋଳ ମଣ୍ଡପରେ ବିଜେ ହୋଇଛନ୍ତି ପଡିଦାତ୍ରୀ ମାଁ ଗଜଲକ୍ଷ୍ମୀ।

ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବିଷମକଟକ ବ୍ଲକ ସଦର ମହକୁମା ସ୍ଥିତ ସ୍ଥାୟୀ ଦୋଳ ମଣ୍ଡପରେ ବିଜେ ହୋଇଛନ୍ତି ପଡିଦାତ୍ରୀ ମାଁ ଗଜଲକ୍ଷ୍ମୀ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କମିଟି ତରଫରୁ ମହାଆଡମ୍ବର ସହକାରେ ମାଁ ଗଜଲକ୍ଷ୍ମୀ ପୂଜା ଆୟୋଜନ କରିଥିବା ଦେଖିବାକୁ ମିଳିଛି । ମାଁ ଗଜଲକ୍ଷ୍ମୀଙ୍କ ଦର୍ଶନ ନିମନ୍ତେ ପ୍ରତିଦିନ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ଏହି ପୂଜା ଦୀର୍ଘ ୨୩ ବର୍ଷ ହେଲା ଚାଲି ଆସୁଥିବା ବେଳେ ଚଳିତ ବର୍ଷ ୧୧ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଦର୍ଶକଙ୍କ ମନରଞ୍ଜନ ନିମନ୍ତେ ବିଭିନ୍ନ ସଂସ୍କତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଗାମୀ ଦିନରେ ନାମିଦାମୀ କଳାକାର ମାନଙ୍କ ଦ୍ୱାରା ନୃତ୍ୟ, ଗୀତ, ଭଜନ କାର୍ଯ୍ୟକ୍ରମ ରହିଛି ବୋଲି ମାଁ ଗଜଲକ୍ଷ୍ମୀ ପୂଜା କମିଟିର ଉପସଭାପତି ଆଲୋକ ରଞ୍ଜନ ଖୁଣ୍ଟିଆ ସୂଚନା ଦେଇଛନ୍ତି। କମିଟି ତରଫରୁ ପ୍ରତିଦିନ ଦିବା ୧ ଘଣ୍ଟା ସମୟରେ ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା ରହିଛି। କମିଟି ତରଫରୁ ଆକର୍ଷଣୀୟ ପୁରସ୍କାର ନିମନ୍ତେ ଲଟେରୀ ପ୍ରତିଯୋଗିତା କରାଯାଇଛି । ୧୮ ତାରିଖ ଦିନ ମାଁ ଗଜଲକ୍ଷ୍ମୀଙ୍କ ପୂର୍ଣ୍ଣାହୁତି ସହ ଲଟେରୀ ଉଠାଣ କାର୍ଯ୍ୟକ୍ରମ କରାଯିବ। ୧୯ ତାରିଖ ସନ୍ଧ୍ୟା ସମୟରେ ମାଁ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ମହା ଧୂମାଧାମରେ ପାଳନ କରାଯିବ ବୋଲି ସଭାପତି ହରିବିନ୍ଦ ମହାରଣା ସୂଚନା ଦେଇଛନ୍ତି।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ , ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *