ବି ଏମ ଏସ କନ୍ଧମାଳ ପକ୍ଷରୁ ୭୧ ତମ ପ୍ରତିଷ୍ଠା ଦିବସ ପାଳିତ।

ବି ଏମ ଏସ କନ୍ଧମାଳ ପକ୍ଷରୁ ୭୧ ତମ ପ୍ରତିଷ୍ଠା ଦିବସ ପାଳିତ।
ଭାରତୀୟ ମଜଦୂର ସଂଘ (ବି ଏମ ଏସ) ଗତ ସତୁରି ବର୍ଷ ଧରି ରାଷ୍ଟ୍ର ହିତ,ଉଦ୍ୟୋଗ ହିତ, ଓ ଶ୍ରମିକ ହିତରେ କାର୍ଯ୍ୟ କରିଆସୁଛି। ଏହି ଅବସରରେ ବିଏମଏସର ଜିଲ୍ଲା ସଭାପତି ଅଶୋକ ପରିଡାଙ୍କ ସଂଯୋଜନାରେ ଫୁଲବାଣୀ ସ୍ଥିତ ନାରାୟଣୀ ଯାତ୍ରା କାର୍ଯ୍ୟାଳୟ ସଭାଗୃହରେ ୭୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ସଂଘର ୨ୟ ସଂଘ ଚାଳକ ମାଧବ ସଦାସିବ ଗୋଲୱାଲକରଙ୍କ ମାର୍ଗ ଦର୍ଶନରେ ଭାରତୀୟ ମଜଦୂର ସଂଘ (ବି ଏମ ଏସ) ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖରେ ଦତ୍ତୋପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଶ୍ରୀ ପରିଡା ସୂଚନା ଦେଇଥିଲେ। ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା ନେଇ ଉଦ୍ୟୋଗ ଓ ଶ୍ରମିକଙ୍କ ହିତରେ ଏକମାତ୍ର ଶ୍ରମିକ ସଂଗଠନ ଆରମ୍ଭ ହୋଇଥିଲା।ତା ପୂର୍ବରୁ ବାମପନ୍ଥୀ ଶ୍ରମିକ ସଂଗଠନ ମାନେ କେବଳ ଶ୍ରମିକଙ୍କ ହିତ କଥା କହୁଥିଲେ। ଭାରତୀୟ ମଜଦୂର ସଂଘ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରର ସବୁଠାରୁ ବଡ ଶ୍ରମିକ ସଂଗଠନ ଭାବେ ବିଶ୍ୱରେ ସୁନାମ ଅର୍ଜନ କରିଥିବା ବେଳେ ବିଭିନ୍ନ ଦେଶରେ ଯାଇ ଶ୍ରମିକଙ୍କ ହିତରେ ସଂଗଠନ ପ୍ରତିଷ୍ଠା କରି ସଫଳତା ପାଇଛନ୍ତି।ଜିଲ୍ଲା ସଂଘଚାଳକ ରମେଶ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ କାର୍ଯ୍ୟବାହ ପ୍ରିୟନାଥ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଏମ ଏସର ଇତିବୃତି ସମ୍ପର୍କରେ ସୂଚନା ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ନେହଲତା ସାହୁ,ଜିଲ୍ଲା ସହ ଶ୍ରମ ଅଧିକାରୀ ପ୍ରମୋଦ କୁମାର ଦେହୁରୀ, ଫୁଲବାଣୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ବିଏମ ଏସର ଶୁଭଚିନ୍ତକ ତଥା ଆଇନଜୀବୀ ରମେଶ ମହାନ୍ତି ପ୍ରମୁଖ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଶାକର୍ମୀ ସଂଘର ଜିଲା ସଭାପତି ଅମ୍ବିକା ବେହେରା , ଅଙ୍ଗନବାଡି କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଜାତା ଦାସ ଫୁଲବାଣୀ ବ୍ଲକ ସଭାନେତ୍ରୀ ଆରତୀ ବେହେରା ପ୍ରମୁଖ ଆଶା ଅଙ୍ଗନବାଡି କାର୍ଯ୍ୟକ୍ରମରେ ବିଏମ ଏସର ସହଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ବିଏମ ଏସର ପୂର୍ବତନ କାର୍ଯ୍ୟକର୍ତ୍ତା ବିପ୍ରଚରଣ ସାହୁ ବିଏମ ଏସର ଆଇନ ସେଲର ସଦସ୍ୟ କୃଷ୍ଣ ଚନ୍ଦ୍ର ସେନାପତି, ମିଟୁ ମହାପାତ୍ର ଓ ନମିତା ସାହୁଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶେଷରେ ବିଏମଏସର କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଫୁଲବାଣୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଆଦିତ୍ୟ ତ୍ରିପାଠୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *