ଗୁଣପୁର ବନବିଭାଗ ପକ୍ଷରୁ ଆଜି ରାମନାଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ରାମନାଗୁଡା ବ୍ଲକର ବନବିଭାଗର ଫାର୍ମ ହାଉସ ଠାରୁ ବାଜା ବଜାଇ ୨ଟି ଟ୍ରାକ୍ଟରରେ ୫୦୦ ଲେଖାଏ ବୃକ୍ଷ ନେଇ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ଏବଂ ବନପାଳ ଅଧିକାରୀ ଜୟଦେବ ଶବର ବାହାରି ରାମନାଗୁଡା ବ୍ଲକ ଆଡ଼କୁ ଯାଇଥିଲେ। ସେଠାରେ ବ୍ଳକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ଏବଂ ରାମନାଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ୫୦୦ ବୃକ୍ଷ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। ତାପରେ ଆଉ ୫୦୦ ଶହ ବୃକ୍ଷ କୁଜିନ୍ଦ୍ରି ଗ୍ରାମ ପଞ୍ଚାୟତକୁ ପଠାଯାଇଥିଲା। ସେଠାରେ ସରପଞ୍ଚ ରମେଶ ଶବର ଏବଂ କୁଜିନ୍ଦ୍ରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ବୃକ୍ଷ ଗୁଡିକୁ ଗ୍ରହଣ କରି ରୋପଣ କରିଥିଲେ। ଏଥିରେ ବନରକ୍ଷୀ ରଞ୍ଜିତା ଗୈାଡ ଓ କଳ୍ପନା ନାୟକ ଏବଂ ପାରା ଫରେଷ୍ଟ ଗାର୍ଡ ଲୋକନାଥ ଗୈାଡ ସହଯୋଗ କରିଥିଲେ। ତେବେ ମାଁ ଙ୍କୁ ମନେ ରଖିବା ପାଇଁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ୧୭/୦୯/୨୦୨୫ ତାରିଖ ସୁଦ୍ଧା ସମଗ୍ର ଭାରତରେ ୭୫ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ତେବେ ଗୁଣୁପୁର ବନାଞ୍ଚଳ,ରାୟଗଡା ବନଖଣ୍ଡ ତରଫରୁ ରାମନାଗୁଡା ବ୍ଳକର ୧୨ଗୋଟି ପଞ୍ଚାୟତ ରେ ୬୦୦୦ ହଜାର ବୃକ୍ଷ ରୋପଣ କରିବାର ସ୍ଥିର କରାଯାଇଛି ବୋଲି ବନପାଳ ଜୟଦେବ ଶବର କହିଛନ୍ତି । ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମ ଟିକୁ ରାମନାଗୁଡା ବ୍ଲକର ବନବିଭାଗର ବନପାଳ ଜୟଦେବ ଶବର ପରିଚାଳନା କରିଥିଲେ।
ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ବୃକ୍ଷ ହିଁ ଜୀବନ। ରାମନାଗୁଡା ବନବିଭାଗ ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ।
