ବେଙ୍ଗଭଟା ମନ୍ଦିରରେ ନାମଯଜ୍ଞ ଏବଂ ପ୍ରଭୁ ଜଗନ୍ନାଥଙ୍କ ମୃତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ।

ବେଙ୍ଗଭଟା ମନ୍ଦିରରେ ନାମଯଜ୍ଞ ଏବଂ ପ୍ରଭୁ ଜଗନ୍ନାଥଙ୍କ ମୃତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ।
ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବେଙ୍ଗଭଟା ବାବା ଜଳେଶ୍ୱର ଶୈବପିଠ ପ୍ରାଙ୍ଗଣରେ ନାମଯଜ୍ଞ ଶହ ମହାପ୍ରଭୁ ଜଗନ୍ନାଥଙ୍କ ମୃତ୍ତି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନାମଯଜ୍ଞ ବୁଧବାର ସନ୍ଦ୍ୟା ୪ ଘଣ୍ଟା ୧୦ମିନିଟ ସମୟ ମଧ୍ୟରେ ଆରମ୍ଭ ହୋଇଯାଇଛି l ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଥିବା ବେଳେ ମଙ୍ଗଳବାର ସକାଳରେ ଏଥିପାଇଁ କର୍ଗଛୁଆଁ ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା l

ଜଳେଶ୍ୱର ପୂଜା ପରିଚାଳନା କମିଟିର ସଭାପତି ବିଷ୍ଣୁ ପାତ୍ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରାରେ ଶହଶହ ମହିଳା ଭକ୍ତ ସାମିଲ ହୋଇଥିଲେ I ବୁଧବାର ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା I ଏଥିରେ କର୍ତ୍ତା ଭାବେ କୃଷ୍ଣ ଦଣ୍ଡସେନା ଓ ସେପତି ଦଣ୍ଡ ସେନା ତୁଲାଉ ଥିବାବେଳେ ପୂଜକ ଭାବେ ଦାସ ପରାଭଇ ଦାୟିତ୍ବ ତୁଲାଉଛନ୍ତି l ଏହି ଅବସରରେ ଲାଞ୍ଜିଗଡ ଜୋନ ୨ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ବିଜେପୁର ସରପଞ୍ଚ ପ୍ରତିନିଧି ଟୀକା ମାଝୀ, ଦାସ ପୂଜାରୀ, ପଦ୍ମଲୋଚନ ହରିଜନ, ନନ୍ଦ ପୂଜାରୀ,ଦାମଧର ପଟନାୟକ,ମଧୁ ମାଝୀ,ମାଣି ମାଝୀ,ଲୟ ମାଝୀ,ସମେତ କମିଟିର ସମସ୍ତ ସଦସ୍ୟ ଓ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଏହି ନାମଯଜ୍ଞ କାର୍ଯ୍ୟକ୍ରମରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିବା ବେଳେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ I


ଆମ “ଫଟୋ ନ୍ୟୁଜ ଟାଇମସ୍” ର ମନ୍ଦିର ପ୍ରତି ଯଥେଷ୍ଠ ଭକ୍ତି ଅଛି। ଗ୍ରାମବାସୀ ମାନଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତି ନିଶ୍ଚିତ ରୂପେ ଏହି କାର୍ଯ୍ୟକ୍ରମରୁ ଉପଲବ୍ଧି କରିହଉଛି। କିନ୍ତୁ ବାସ୍ତବରେ ଯେତିକି ମନ୍ଦିର ଅଛି ତାର ଅଧାରୁ କମ୍ ସଂଖ୍ୟାରେ ପ୍ରାଥମିକ ବିଦ୍ୟାଳୟ ଅଛି। ପ୍ରାଥମିକ ବିଦ୍ୟାଳୟକୁ ଆମେମାନେ ସରସ୍ଵତୀଙ୍କ ମନ୍ଦିର ଭାବେ ମାନିବା ପାଇଁ ଏକ ପ୍ରକାର୍ ବାଧ୍ୟ। ବୁଦ୍ଧିଜିବୀ ମହଲରୁ ଆମ ଫଟୋ ନ୍ୟୁଜ ଟାଇମସକୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନେ ମତ ଦିଅନ୍ତି ଯେ ସରକାରଙ୍କ ସହ ଗ୍ରାମ ବାସୀ, ଗ୍ରାମକମିଟି ମାନେ “ସରସ୍ଵତୀ ମନ୍ଦିର” ,ପ୍ରାଥମିକ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି।
ଫଟୋ ନ୍ୟୁଜ ଟାଇମସ୍ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *