ରାୟଗଡରେ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନରେ ଝିଅମାନଙ୍କ ହକି ଓ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ l
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରାୟଗଡା ତରଫରୁ ବିଜୁ କନ୍ୟା ରତ୍ନ ଯୋଜନା –ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅଧୀନରେ ଝିଅମାନଙ୍କ ସଶକ୍ତିକରଣ ପାଇଁ ହକି ଓ ଫୁଟବଲ୍ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଗଲା।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଥିଲେ । ଏଥିସହିତ ପି.ଏ. ଆଇଟିଡିଏ ଚନ୍ଦ୍ରକାନ୍ତ ମାଝି, ଜିଲ୍ଲା କ୍ରୀଡା ଅଧିକାରୀ ସେଖ ଆଲିମନ୍, ଡିସିପିଓ ମହାଦେବ ଚିଚୁଆନ ଏବଂ ଡ଼ି.ଅlଇ.ପି. ହରିହର ପତ୍ର ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମସ୍ତ ଡିସିପିଉ ସହକର୍ମୀ ଓ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ।

ଫୁଟବଲ୍ ପ୍ରତିଯୋଗିତାରେ ପି.ଏମ.ସି. ଜଗଡ଼ମ୍ବା ଚମ୍ପିୟାନ ହୋଇଥିଲା। ସେହିପରି ହକି ପ୍ରତିଯୋଗିତାରେ ବିଜେତା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ପ୍ରଥମ ହୋଇଥିବା ବେଳେ ପିଏମସି ଜଗଡ଼ମ୍ବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋଲନର ରନର ଅପ ହୋଇଥିଲେ l

କାର୍ଯ୍ୟକ୍ରମର ଶେଷରେ ମନୋରଞ୍ଜନ ବାଘ ଧନ୍ୟବାଦ ପ୍ରଦାନ କଲେ। ଝିଅମାନଙ୍କ କ୍ରୀଡା ଦକ୍ଷତା, ଆତ୍ମବଳ ଓ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ପାଇଁ ରାୟଗଡା ଡି.ସି.ପି.ଙ୍କ ଏହି ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
