ଫଟୋ ନ୍ୟୁଜ ଟାଇମସର ପ୍ରଭାବ। ସୁନ୍ଦରଗଡ଼ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ସମସ୍ୟାର ସମାଧାନ ପ୍ରତି ଦୃଷ୍ଟିଦେଲେ। ବିଗତ କିଛିଦିନ ହେବ ରାଜଗାଙ୍ଗପୁର ପୌରପାଳିକରେ ବିବାଦ ଲାଗି ରହିଛି। ଏହି ବିବାଦ ସମ୍ପ୍ରକିତ ଖବର ଆମେ ପ୍ରସାରଣ କରୁଥିଲୁ । ଏଇ ସମ୍ପର୍କରେ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲାପାଳ ରାଜଗାଙ୍ଗପୁର ଗସ୍ତ ରେ ଆସି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ ଠାରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସହ ପୈରପାଳିକା ଚେୟାରମେନ ମାଧୁରୀ ଲୁଗୁନ, ଉପାଧ୍ୟକ୍ଷ ଏମ.ଡି. ଇରଫାନ ଓ କିଛି କାଉନସିଲର ମଧ୍ୟରେ ଚାଲିଥିବା ବିବାଦ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏହାର ଆପୋଷ ମିଳାମିଶା ଓ କଥାବାର୍ତ୍ତା ଜରିଆରେ ସମସ୍ୟା ର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ରାଜଗାଙ୍ଗପୁର ସହର ର ଉନ୍ନତି, ବିକାଶ , ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କିଛି ରାଜନୈତିକ ଦଳର ନେତା ଓ କର୍ମୀମାନେ ରାଜଗାଙ୍ଗପୁର ସହର ର ବିଭିନ୍ନ ସମସ୍ୟାକୁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପରେ ଜିଲାପାଳ ପବିତ୍ର ଶ୍ରାବଣ ମାସରେ ଭାରତ ପ୍ରସିଦ୍ଧ ଘୋଗର ଧାମ ଅଭିମୁଖେ ଯାଉଥିବା ସମୟରେ ବାଜପାୟୀ ରେଲ ଫାଟକ ବନ୍ଦ ଯୋଗୁ ପ୍ରାୟ କୋଡିଏ ମିନିଟ ଅପେକ୍ଷା କରିଥିଲେ। ଘୋଗର ଧାମ ଶୈବପୀଠକୁ ଯାଇ ପୂଜାର୍ଚ୍ଚନା ଓ ଜଳାଭିଷେକ କରିଥିଲେ। ମନ୍ଦିର ପରିଦର୍ଶନ ସମୟରେ ରାଜଗାଙ୍ଗପୁର ବିଧାୟକ ଡଃ ସି.ଏସ. ରାଜନ୍ ଏକ୍କା ଜିଲାପାଳଙ୍କୁ ସାକ୍ଷାତ କରି ଘୋଗର ମନ୍ଦିର ର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ। ଉକ୍ତ ସମସ୍ୟାର ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲାପାଳ ବିଧାୟକଙ୍କୁ ଆଶ୍ଵସନା ପ୍ରଦାନ କରିଥଲେ। ଏହି ଅବସରରେ ବିଧାୟକଙ୍କ ବ୍ଳକ ପ୍ରତିନିଧି ଅରୁଣ ସାମଲ, ଘୋଗର ଧାମ ଟ୍ରଷ୍ଟ ବୋଡ଼ର୍ ଅଧ୍ୟକ୍ଷ ହରି କିଶନ ଅଗ୍ରୱାଲ, ବରିଷ୍ଠ ନେତା ଜିତୁ ଦାସ, ସନ୍ଦିପ ଅଗ୍ରୱାଲ, ବ୍ରୀଜମୋହନ ଅଗ୍ରୱାଲ,ଏମଡି ହଲିମଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ପୂଜାରି ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଖୟ ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ, ବରିଷ୍ଠ ଅଧିକାରୀ ପ୍ରୀତୃଷ ଆଚାର୍ଯ୍ୟ ଓ ରାଜଗାଙ୍ଗପୁର ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।
ଫଟୋ ନ୍ୟୁଜ ଟାଇମସର ପ୍ରଭାବ
