ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସଚେତନ ହୁଅ ସରକାର”। ଏବେ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର। ରାଜ୍ୟରେ ନୂଆ ସରକାର ତାର ଏକବର୍ଷ ପୂରଣ କରିବାକୁ ଯାଉଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଖଣିଖାଦାନ ଅଞ୍ଚଳରୁ ବିଧାୟକ ହେଇ ଆସିଛନ୍ତି। କମ୍ପାନୀ ମାନଙ୍କର ଚାପରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କର ଜଙ୍ଗଲ, ଜମି ଓ ପାଣିକୁ ବିକାଶ ନାମରେ କମ୍ପାନୀ ମାନଙ୍କୁ ଦେବା କେତେ ଯୁକ୍ତିଯୁକ୍ତ, ତାହାର ତର୍ଜମା କରିବାର ଆବଶ୍ୟକତା ଅଛି। ଆମେ ଏକ ନ୍ୟୁଜ ପ୍ରସାରଣ କରିଥିଲୁ ଯେ ଖ୍ୟାତି ସମ୍ପନ୍ନ ମେଧା ପାଠକରଙ୍କୁ ପୋଲିସ ରେଳ ଷ୍ଟେସନରୁ ପୋଲିସ ଷ୍ଟେସନକୁ ଆଣି ଏକ ପରିବେଶ ସମ୍ପର୍କୀତ ଆଦିବାସୀ କଲ୍ୟାଣ ମିଟିଙ୍ଗରେ ଯୋଗଦେବାକୁ ଯାଉଥିବା ବେଳେ ଅଟକାଇଥିଲେ। ସେ ଯାହାବି ହେଉ ଗୁରୁତ୍ୱର ଅଭିଯୋଗ ଆସିଛି
ପରିବେଶ ବିକାଶ ନା ରେ ବିନାଶ କରୁଛି ବେଦାନ୍ତ ଓ ମୈତ୍ରୀ କମ୍ପାନି। ସରକାର ନୀରବ ଦ୍ରଷ୍ଟା।
ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସୁଙ୍ଗେର ପଞ୍ଚାୟତ କଣ୍ଟାମାଳ ଗ୍ରାମ ରେ ହୋଇଥିଲା ବେଦାନ୍ତ ଓ ମୈତ୍ରୀ କମ୍ପାନୀ ବିରୋଧ ଏକ ବିରାଟ ଜନ ସମାବେଶ।ବିଶ୍ଵ ପରିବେଶ ଦିବସ ଅବସରରେ ଆୟୋଜନ ସମାବେଶରେ ମେଧା ପାଠକରଙ୍କ ସହିତ ସମାଜ ସେବି ପରିବେଶବିତ ପ୍ରଫୁଲ ସାମନ୍ତରା,ଲିଙ୍ଗରାଜ, ନରେନ୍ଦ୍ର ମହାନ୍ତି,ହର ବଣିଆ ପ୍ରମୁଖ ଯୋଗ ଦେବାର ଥିଲା କିନ୍ତୁ କମ୍ପାନୀ ଚାପରେ ପୋଲିସ ମେଧା ଙ୍କୁ ଶୋଭା ସ୍ଥଳକୁ ନଛାଡି ଅଟକ ରଖିଥିଲେ। କିନ୍ତୁ ପ୍ରଫୁଲ୍ଲ ସାମନ୍ତରା ତତ୍ୱଅବୋଧନରେ ଉକ୍ତ ସମାବେଶ ଆୟୋଜନ ହୋଇଥିଲା। ଏହି ଆୟୋଜନ ସମାବେଶରେ କମ୍ପାନୀ ଏହି ସମାବେଶକୁ ଭଣ୍ଡୁର କରିବା ଉଦ୍ଦେଶ୍ୟକୁ ନଜରରେ ରଖି ସେଠିକାର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶଭା ସ୍ଥଳକୁ ପହଞ୍ଚିଥିଲେ।
ସିଜିମାଳି ପାହାଡର ସୁରକ୍ଷା ଓ ମାଟି ମାଆକୁ ବଞ୍ଚାଇବା ଲାଗି ମା-ମାଟି-ମାଳି-ସୁରକ୍ଷା ମଞ୍ଚ, କାଶିପୁରର ଥୁଆମୂଳ ରାମପୁର ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇ ଥିଲା ।
ସୁଙ୍ଗେରରେ ‘ମା ମାଟି ମାଳି ସୁରକ୍ଷା ମଞ୍ଚ’ ସହିତ ଖଣି କାର୍ଯ୍ୟକୁ ସ୍ଥାନୀୟ ବିରୋଧକୁ ସମର୍ଥନ କରିବା ପାଇଁ ମେଧା ପାଠକର ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ପୋଲିସ ହାଟ ପଦା ରେ ୧୪୪ ଧାରା ଜାରି କରିଥିବା ସତ୍ତ୍ୱେ କଣ୍ଟାମାଳ ଗ୍ରାମରେ ସଭା ଆୟୋଜନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସୁଙ୍ଗର ସ୍ଥିତ ବାନ୍ତେଜି ଗ୍ରାମରେ ସଭା ଆୟୋଜନ କରି ଉପସ୍ଥିତ ଲୋକଙ୍କୁ ଉଦବୋଧନ ଦେଇ ମାଟି ପ୍ରାକୃତି ଓ ଜଙ୍ଗଲ ଜମି ଓ ଜଳବାୟୁ ପରିବର୍ତ୍ତନ ପରିବେଶ ବଞ୍ଚାଇବା ପାଇଁ ଆଗେଇ ଆସିବା ନିମନ୍ତେ ଆହ୍ବାନ ଦେଇଥିଲେ। ପୋଲିସ ପରିବେଶ ଦିବସ ଅବସରରେ ମା-ମାଟି-ମାଳି- ପରିବେଶ ସୁରକ୍ଷା ସମାବେଶକୁ ଭଣ୍ଡୁର କରିବା ଚେଷ୍ଟା କରିଥିଲେ। ସରକାର ଙ୍କ ଉପରେ ବର୍ଷି ଥିଲେ। ସମଗ୍ର ବିଶ୍ଵରେ ଜଳବାୟୁ ପରିବର୍ତ୍ତନ ତଥା ବିଶ୍ଵତାପ ବୃଦ୍ଧି ସବୁଠାରୁ ବଡ଼ ସଂକଟ ରୂପେ ଠିଆ ହୋଇଛି । ଏହାର ମୁଖ୍ୟ କାରଣ ବଡ଼ ବଡ଼ ଧନୀ ଦେଶ ଓ ଧନୀ ବ୍ୟକ୍ତିମାନଙ୍କ ବିଳାସପୂର୍ଣ ଜୀବନ ପାଇଁ ତଥା କମ୍ପାନୀମାନଙ୍କ ମୁନାଫା ପାଇଁ ଖଣିଖନନ ଓ ବିନାଶକାରୀ ଶିଳ୍ପାୟନ । ଜଳ, ଜଙ୍ଗଲ, ଜମି ପରି ପ୍ରାକୃତିକ ସଂପଦ ଗୁଡ଼ିକର ସୁରକ୍ଷା ସହ ପ୍ରଚଳିତ ବିକାଶ ବଦଳରେ ନିରନ୍ତର ବିକାଶ ପାଇଁ ସରକାର ନୀତି ପରିବର୍ତନ ନ କରି ମନ ଇଛା ଖଣି ପାଣି କମ୍ପାନୀକୁ ଦାନ କରୁଛନ୍ତି। କାଶୀପୁରର ସିଜିମାଳି ଓ କୁଟୁରୁମାଳିରେ ଖଣି ଖନନ ପାଇଁ ଗ୍ରାମ ସଭାର ବିନା ସମ୍ମତିରେ ରାଜ୍ୟ ସରକାର ବେଦାନ୍ତ ଓ ଖଣି ଖନନ କାରୀ ମୈତ୍ରୀ କଂମ୍ପାନୀକୁ ଦେବା ଆଇନ ବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସିଜିମାଳି, କୁଟୁରୁମାଳି ଓ ମାଇଜିଙ୍ଗମାଳି ସୁରକ୍ଷା ପାଇଁ ଲଢ଼େଇକୁ ଆହୁରି ବ୍ୟାପକ କରିବାକୁ ଏହି ସମାବେଶ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଜଣା ପଡିଛି।
ରାୟଗଡାରୁ ଫଟୋ ନ୍ୟୁଜ ଟାଇମସ୍ ର ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀ ଏବଂ ସନ୍ତୋଷ ସାହୁଙ୍କ ରିପୋର୍ଟ।