ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ।

ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ।
ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସଂଖ୍ୟା ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ପରାମର୍ଶ।
ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଜିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲ ଡିଫେନ୍ସ ସ୍ଵେଚ୍ଛାସେବୀଙ୍କ ସ୍ଥିତି, ସେମାନଙ୍କର ସଂଖ୍ୟା ବୃଦ୍ଧି ଓ ସାଂଗଠନିକ ସୁଦୃଢ଼ କରିବା ସହିତ ସେମାନଙ୍କ ସେବା ପ୍ରଦାନ ସଂପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯାଇଥିଲା । ବିଭିନ୍ନ ଜନଗହଳି ପୂର୍ଣ ଶିଳ୍ପାଞ୍ଚଳ ଓ ସହଜରେ ଅଧିକ ସିଭିଲ ଡିଫେନ୍ସ ସ୍ଵେଚ୍ଛାସେବୀ ମୁତୟନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।


ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ, ଅଭିଶମ ବିଭାଗ ଡଃ. ସୁଧାଂଶୁ ଷଡଙ୍ଗୀ, “ଓସଡମା”ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. କମଳଲୋଚନ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧୀକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। “ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବି” ମାନଙ୍କ କାର୍ଯ୍ୟ ଖସଡା, ସରକାରଙ୍କର ଏମାନଙ୍କ ପ୍ରତି ରଖା ଯାଇଥିବା ଆଇନ୍ ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଥିଲା।

ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଜନସାଧାରଣଙ୍କୁ ସାହାଯ୍ୟ କରି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ପ୍ରାଥମିକ ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର, ଅଗ୍ନିଶମ ସେବାରେ ସହାୟତା, ସ୍ଥାନାନ୍ତର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସାହାଯ୍ୟ କରି କ୍ଷୟକ୍ଷତି କୁ ହ୍ରାସ କରିବା ସହିତ ଜୀବନ ବଞ୍ଚାଇବା ଏବଂ ସଙ୍କଟ ସମୟରେ ସାମୁହିକ ସ୍ଥିରତା ବଜାୟ ରଖିବାରେ ପ୍ରମୁଖ ଯୋଗଦାନ କରିଥାନ୍ତି।
ସେହିପରି ବିପର୍ଯ୍ୟୟ ସମୟରେ ଆଗଧାଡ଼ିରେ ରହି ସାହାଯ୍ୟ କରିବା ସହିତ ଆପଦମିତ୍ରଭୂମିକା ଗ୍ରହଣ କରିଥାନ୍ତି। ସିଭିଲ ଡିଫେନ୍ସ ସ୍ଵେଚ୍ଛାସେବୀ, ଜାତୀୟ ସେବା ସଂସ୍ଥା (ଏନ.ଏସ୍.ଏସ୍.),ସମର ଶିକ୍ଷାର୍ଥୀ ବାହିନୀ, ତେହେରୁ ଯୁବକେନ୍ଦ୍ର ସଂସ୍ଥା ସହ ବୈଠକ କରି ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମନ୍ଵୟକୁ ଅଧ‌ିକ ସୁଦୃଢ କରିବା ପାଇଁ ଆଲୋଚନା କରାଯାଇଥିଲା ।


ସେହିପରି ବିଭିନ୍ନ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଓ ଜନସଂଖ୍ୟ ବହୁଳ ସ୍ଥାନରେ ଜନସାଧାରଣଙ୍କୁ ସତର୍କ ମୂଳକ ସୂଚନା ଦେବାକୁ ପରାମର୍ଶ ଦିଆଯାଇଥିଲା।
ମୁଖ୍ୟ ଶାସନ ସଡିବ ଶ୍ରୀ ଆହୁଜା କରିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ସଂକଟ ଜନକ ସମୟକୁ ସୁଯୋଗ ଓ ଆହ୍ଵାନ ବୋଲି ମନେ କରି ନିଜକୁ ପ୍ରସ୍ତୁତ ରଖିବା ସଙ୍ଗେ ସଙ୍ଗେ ଜନ ସଚେତନତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ଗୁରୁତ୍ୱାରୋପ କରି ସେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ଅଧିକାରୀ ମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ସଂପର୍କରେ ପରାମର୍ଶ ଦେଇଥିଲେ ।
ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକଙ୍କ ସହିତ ପଠାଣି ରାଉତଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *