ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ୍ ହେଉଛନ୍ତି ବେଗୁନିଆର ପୂର୍ବତନ ବିଧାୟକ। ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି ଯେ ପ୍ରଶାନ୍ତ ଜଗଦେବଙ୍କ ସଂଗଠନ ଏବେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ ଅଛି। ତାଙ୍କର ବହୁକର୍ମୀ ବିଜେଡି ଦଳରେ ଅଣଦେଖା ହେଉଥିଲେ। ସେ ଯାହାବି ହେଉ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ ଆଲୋଚନା କରି ଉକ୍ତ କର୍ମୀ ମାନଙ୍କୁ ସେ ତାଙ୍କ ବର୍ତ୍ତମାନର ବିଜେପି ଦଳରେ ସାମିଲ କରିବା ପାଇଁ ଏକ ସଭାର ଆୟୋଜନ କରିଥିଲେ। ସେଥିରେ ବେଗୁନିଆରେ ବିଜେଡ଼ିର ଗଡ଼ ଭାଙ୍ଗିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବେଗୁନିଆ ଓ ବୋଲଗଡ଼ ଅନେକ ସମିତି ସଭ୍ୟ, ସରପଞ୍ଚ, କାଉନସିଲର ଓ ଛାମୁଆ କର୍ମୀ ବିଭିନ୍ନ ଦଳକୁ ପ୍ରତ୍ୟାଖ୍ୟାନ କରି ବିଜେପିରେ ସାମିଲ ହେଲେ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।