ଭୁବନେଶ୍ୱର ର ବ୍ରେନ୍ସଆଇକନିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ସହଯୋଗରେ ବୌଦ୍ଧରେ ଶୀତବସ୍ତ୍ର ବଣ୍ଟନ।
ବୌଦ୍ଧନିକଟସ୍ଥ ନାରାୟଣପୁରଠାରେ ଅବସ୍ଥିତ ଅନ୍ଧ, ମୂକ, ବଧିର ବିଦ୍ୟାଳୟ ପରିସରରେ ଧ୍ରୁବ ଚରଣ ଘିବେଲା ଙ୍କ ସଭାପତିତ୍ବରେ ଶୀତ ବସ୍ତ୍ର ବଣ୍ଟନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା I

ଏଥିରେ ଟ୍ରଷ୍ଟ ତରଫରୁ ବାଙ୍କୀ ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ବୈରାଗୀ ଚରଣ ପଟ୍ଟନାୟକ, ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥI, ଧ୍ରୁବ ଚରଣ ଘିବେଲା, ଜୟ ନାରାୟଣ ମହାନ୍ତି, ଶକ୍ତି ସଦନର ସୁପରିଟେଣ୍ଟେଣ୍ଡ ସବିତା ହୋତା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରିଡା ପ୍ରମୁଖ ସଭାରେ ରହି ଉପସ୍ଥିତ ଅନ୍ଧ, ମୂକ, ବଧିରଥିବା ଦିବ୍ୟାଙ୍ଗମାନଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ I ସଭାରେ ୫୦ ଜଣଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରାଗଲା ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସ୍ନିଗ୍ଧା ମାର୍ଥା I ଟ୍ରଷ୍ଟର ପ୍ରତିଷ୍ଠାତା ଡକ୍ଟର ଅଶୋକ କୁମାର ଭୂୟାଁଙ୍କୁ ଏକାଡେମୀ ସଭାପତି ଧ୍ରୁବ ଚରଣ ଘିବେଲା ତାଙ୍କ ଆର୍ଥିକ ସହାୟତାରେ କମ୍ବଳ ବଣ୍ଟନ କରାଯାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ଦୀପକ ମେହେର, ବିନୋଦ ଧଳ, ରାଜେଶ ଦିଗାଲ ପ୍ରମୁଖ I ଶେଷକୁ ସମସ୍ତ ଦିବ୍ୟାଙ୍ଗମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା I
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
