ବୌଦ୍ଧ ଜିଲ୍ଲା ବଲାସିଙ୍ଗା ସ୍ଥିତ ରିଜର୍ଭ ପୁଲିସ ଲାଇନ ପଡିଆ ଠାରେ ୯୧ ତମ ପୁଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ ଯୋଗଦେଇ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ l ଓଡିଶା ପୁଲିସ ତାର କର୍ତ୍ତବ୍ୟ ଓ କାର୍ଯ୍ୟ ଦକ୍ଷତା ସବୁ ସମୟରେ ପ୍ରତିପାଦନ କରିଆସିଛି l ଆମେ ମାତୃଭୂମୀର ସୁରକ୍ଷାପାଇଁ ଆଗକୁ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ କରିଚାଲିଛି ଏବଂ ବୌଦ୍ଧ ଜିଲ୍ଲା ପୋଲିସ ମଧ୍ୟ ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ ହେବାପାଇଁ ନିଜର କର୍ତ୍ତବ୍ୟରେ ମଧ୍ୟ କେବେ ହେଳା କରିନାହିଁ ବୋଲି ନିଜର ବକ୍ତବ୍ୟରେ କହିଥିଲେ l

ଏହି ଅବସରରେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗୋୟଲ ପାଠ କରିଥିଲେ l ପ୍ୟାରେଡକୁ ରିଜର୍ଭ ଇନ୍ସିପେକ୍ଟର ପ୍ରଦିପ ଓରାମ ପରିଚାଳନା କରି ଥିବା ବେଳେ ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ ସହଯୋଗ କରିଥିଲେ l ଏହି ଅବସରରେ ଚଳିତ ବର୍ଷ ଜିଲ୍ଲା ପୁଲିସ ପାଇଁ ଉଲ୍ଲେଖନିୟ କାର୍ଯ୍ୟକରିଥିବା ସବ ଇନ୍ସପେକ୍ଟର ବିନୋଦ ଚନ୍ଦ୍ର କହଁର ,ପୁଷ୍ପାଞ୍ଜଳୀ ମିଶ୍ର, ହାବିଲଦାର ସରୋଜ କୁମାର ଯୋଶୀ,ଓଆର କନେଷ୍ଟବଳ ଜ୍ୟୋସ୍ନାରାଣୀ ଚାନ୍ଦ ଏପିଆର କନେଷ୍ଟବଲ ରଂଜିତ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା l ଅତିରିକ୍ତ ଏସପି ସାର୍ଥକ ରାୟ ପ୍ରଶଂସା ପତ୍ର ପାଠ କରିଥିଲେ l ଏସଡିପିଓ ଲରେନ ରାଉତ, ବୌଦ୍ଧଥାନା ଅଧିକାରୀ ନଳିନୀକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l
ବୌଦ୍ଧ ଜ଼ିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ
