ପୁରୀକୁ ଯାଉଥିବା ରଥକାଠକୁ ପ୍ରାୟ ପ୍ରତ୍ୟେକ ଛକ ଏବଂ ବଜାର ମାନଙ୍କରେ ଧୂପ, ଦୀପ ହୁଳହୁଳି ଦେଇ ସ୍ୱାଗତ କରାଯାଏ।ବୌଦ୍ଧ ଜିଲାରୁ ପୁରୀ କୁ ଗଲା ରଥ କାଠ।ପୂଜା ଅର୍ଚନା ପରେ ଶୁଭାରମ୍ଭ କଲେ ଜିଲ୍ଲାପାଳ।
ବୌଦ୍ଧ ଜିଲ୍ଲା କାଣ୍ଟାମାଲ ରେଞ୍ଜ ଅଞ୍ଚଳରୁ ପୁରୀ କୁ ଗଲା ରଥ କାଠ l ଏନେଇ ରବିବାର ଦିନ ବୌଦ୍ଧ ବନ ଖଣ୍ଡ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପୂଜା ଅର୍ଚନା କରି ହରିବଲ ହୁଳହୁଳି ରେ ରଥ ଗାଡି କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବ୍ରତ ପଣ୍ଡା l ପ୍ରଥମେ ଗାଡି କୁ ସୁସଜ୍ଜିତ କରି ପୂଜାର୍ଚ୍ଚନା ପରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ପଥମ ପର୍ଯ୍ୟାୟ ରେ ୨୦ ଖଣ୍ଡ ଧଉରା ଏବଂ ଆଠ ଖଣ୍ଡ ଅସନ କାଠ ରଥନିର୍ମାଣ ପାଇଁ ପଠା ଯାଇଛି l
ପରବର୍ତୀ ସମୟରେ ପୁଣି ପୁରୀ କୁ ରଥକାଠ ପଠାଯିବ ବୋଲି ଡ଼ିଏଫ୍ଓ ଦେବ ପ୍ରିୟ କମ୍ପ ସୂଚନା ଦେଇଛନ୍ତି l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ପ୍ରବୀଣ ବଣୁଆ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରି ଅନିରୁଦ୍ଧ ପ୍ରଧାନ, ବିଡ଼ିଓ ହରଭଙ୍ଗା ଶରତ ସେଠି, ବୌଦ୍ଧ ରେଞ୍ଜର ଅର୍ଚ୍ଚନା ଗମାଙ୍ଗ, ମିନାକ୍ଷୀ କୁମୁଁରା ଏସିଏଫ୍, ଫରେଷ୍ଟର ପ୍ରସନ୍ନ ପ୍ରଧାନ, ବାପୁନି ସାହୁ, ପ୍ରମୁଖ ସମସ୍ତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
ବୌଦ୍ଧ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ