ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ଏକ ଗ୍ୟାଙ୍ଗର ୬ ଜଣକୁ କାବୁ କରିଛି ଘଣ୍ଟାପଡା ପୋଲିସ l ସୂଚନା ପ୍ରକାରେ ସୋମବାର ରାତିରେ ପୋଲିସର ଏକ ଦଳ ପେଟ୍ରିଲିଂ କରୁଥିଲେ l ପ୍ରାୟ ୧୦. ୩୫ ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ବିଶ୍ୱସ୍ତ ସୂଚନା ପାଇଲେ ଯେ ସୁର୍କାଭଟା ଗ୍ରାମ ନିକଟବର୍ତ୍ତୀ ରାସ୍ତା କଡ଼ରେ ଅନ୍ଧାରରେ କିଛି ଲୋକ ଏକତ୍ରିତ ହୋଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଘଟଣାସ୍ଥଳ ନିକଟରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ, ଧୂଆଁର ନିର୍ଗତ ହେଉଛି ଏବଂ ଡକାୟତି କରିବା ପାଇଁ ଫୁସ୍ଫୁସ୍ ଶବ୍ଦ ମଧ୍ୟ ଶୁଣାଯାଉଛି । ପୋଲିସ ଦଳ ନିକଟତର ହେବା ବେଳକୁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ପୋଲିସ ପିଛା କରିବା ପରେ ସମସ୍ତ ବ୍ୟକ୍ତିଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ପୋଲିସ । ପୋଲିସ ତଲାସୀ କରିବା ପରେ ସେମାନଙ୍କ ନିକଟରୁ ୫ଟି ବାଇକ, ୩ଟି ଭୁଜାଲି, ୫ଟି ମୋବାଇଲ ଫୋନ ମିଳିଥିଲା ସେସବୁକୁ ପୋଲିସ ଜବତ କରିଛି l ଅନ୍ଧାରରେ ଏପରି ଅସ୍ତ୍ରଶସ୍ତ୍ର ରଖି ଏକତ୍ରିତ ହେବାର କାରଣ ପଚାରିବାରୁ ସ୍ଥାନୀୟ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ସ୍ୱୀକାର କରିବାରୁ ପୋଲିସ ସେମାନଙ୍କୁ ଗିରଫ କରିଛି l
ଗିରଫ ଅଭିଯୁକ୍ତ ମାନେ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଧିନ କୁଣ୍ଡେଇମାଲ ଗ୍ରାମର ରାଧେଶ୍ୟାମ ନାଗ(୨୬), ବରାହକୁନା ଗ୍ରାମର ଯଶୋବନ୍ତ ଛତ୍ରିଆ(୨୫), ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଧିନ କସାବାହାଲି ଗ୍ରାମର ସୁନୀଲ କୁମାର ଷାଣ୍ଢ(୨୨), ସୋନପୁର ଜିଲ୍ଲା ତରଭା ଥାନା ଅଧିନ ଚାରଣିଆପାଲି ଗ୍ରାମର କୃଷ୍ଣ ସରଭଙ୍ଗ(୨୪), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୮), ଏବଂ ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅଧିନ ଗୋଡ଼ମେଣ୍ଡା ଗ୍ରାମର ସିଦ୍ଧେଶ୍ବର ଭୋଇ(୨୮) ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି l ଏନେଇ ଘଣ୍ଟାପଡା ଥାନାରେ ୧୩୯/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଘଣ୍ଟାପଡା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
