ମର୍ମତୁନ୍ତ ସଡ଼କ ଦୁର୍ଘଟଣା।ଯାତ୍ରୀବାହୀ ବସ କୁ ଧକ୍କା ଦେଲା ଟ୍ରକ ୧୦ ରୁ ଉର୍ଦ୍ଧ ଯାତ୍ରୀ ଗୁରତର। ଯାତ୍ରୀବାହୀ ବସ କୁ ଧକ୍କା ଦେଲା ଟ୍ରକ । ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ୪୦ ରୁ ଉର୍ଦ୍ଧ ବସ ଯାତ୍ରୀ ।

ଗୁରୁତର ସମସ୍ତଙ୍କୁ ପୁରୁଣାକଟକ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସ ଜାରି ରହିଛି । ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ଶିବ ଶଙ୍କର ନାମକ ଏକ ଯାତ୍ରୀବାହୀ ଟୁରିଷ୍ଟ ବସଟି ବୌଦ୍ଧ ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସାମ୍ନାରୁ ଧକ୍କା ଦେଇଛି । ଫଳରେ ବସ୍ ରେ ଥିବା ଯାତ୍ରୀ ଙ୍କ ମଧ୍ୟରୁ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି ।

ସେପଟେ ଦୁର୍ଘଟଣା ଘଟାଇ ଟ୍ରକ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତରଫରୁ ମଦ୍ୟପ ବସ୍ ଡ୍ରାଇଭର ଚେକିଙ୍ଗ କରାଗଲେ ଏବଂ ଗୋଟିଏ ଡ୍ରାଇଭର ଆଠଘଣ୍ଟା ଡ୍ୟୁଟି କଲେ ଏଭଳି ଦୁର୍ଘଟଣା ଘଟିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
