ବୌଦ୍ଧ ଜିଲ୍ଲାରୁ ଆସିଲା ବିକାଶ ର ବିକଳ ଚିତ୍ର । ଗାଁ କୁ ଆସିପାରିଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ପାଇଁ ୧କିଲୋମିଟର ବାଟ ଷ୍ଟେଚର ରେ ବୁହା ହେଲେ ରୋଗୀ । ରୋଗୀ ଜଣକ ହେଲେ ବିଷ୍ଣୁ ପ୍ରଧାନ । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନାମୁତାବକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମର ବିଷ୍ଣୁ ପ୍ରଧାନ ଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ଏହା ଦେଖି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଗାଁ ନିକଟରେ ପହଞ୍ଚିଥିଲା ।
କିନ୍ତୁ ଗାଁ କୁ ଯାଇପାରିନଥିଲା ଆମ୍ବୁଲାନ୍ସ । ରାସ୍ତା ଖରାପ କାରଣରୁ ଗାଁ ଠାରୁ ଏକ କିଲୋମିଟର ଦୂର ରେ ଅଟକି ଯାଇଥିଲା ଆମ୍ବୁଲାନ୍ସ l ପରେ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ମିଶି ଏକ କିଲୋମିଟର ବାଟ ତାଙ୍କୁ ଷ୍ଟେଚର ରେ ବୁହି ଆଣିଥିଲେ ପରେ ତାଙ୍କୁ ପୁରୁଣାକଟକ ଚିକିତ୍ସାକେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ବାରମ୍ବାର ସରକାର ଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଗାଁ କୁ ପକା ରାସ୍ତା ହେଉ ନଥିବା ବେଳେ କୌଣସି ସରକାର ଆମ ଗାଁକୁ ଧ୍ୟାନ ଦେଉନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ। ପ୍ରତିବର୍ଷ ବର୍ଷା ଦିନେ ଏଭଳି ସ୍ଥିତି ଉପୁଜୁଛି ବୋଲି ସୂଚନା ଦେଇଛନ୍ତି l
ଆଗାମୀ ଦିନରେ ଯଦି ଏହାର ପ୍ରତିକାର ନହୁଏ ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଲ ପାଇଁ ଧାରଣା ଦେବାକୁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି।
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ