ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଅଞ୍ଚଳ କିନିକୁପା ବାଘପଡ଼ା ଗ୍ରାମ ବାସି ମାନେ ଅପହଞ୍ଚ ଇଲାକାରେ।
ସହର ଅଞ୍ଚଳରେ ଟିକସ ପଇସାରେ ରାସ୍ତାଘାଟର ଉର୍ନତି ହେଉଛି। ବାଟମାରଣା ହେଉଛି କିନ୍ତୁ ଲୋକେ ଗମନାଗମନ କାଟିପାରୁଛନ୍ତି। କିନ୍ତୁ ପଛୁଆ ଜିଲ୍ଲାରେ ଏହା ଅତି ସ୍ଵଛନୀୟ। ଏହି ନ୍ୟୁଜ ସେଗମେଣ୍ଟ ହେଉଛି “We State You Investigate”।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତ କିନିକୁପା ବାଘପଡ଼ା ଗ୍ରାମ ରୁ ଡୁମାଳପାଳି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି I ସାମାନ୍ୟ ବର୍ଷା ହେଲେ ଏହି ରାସ୍ତା କାଦୁଅ ସାଙ୍ଗକୁ ଖାଲ ଢିପ ସୃଷ୍ଟି ହୋଇଯାଏ l

ଅନେକ ଲୋକ ଯାତାୟାତ ସମୟରେ ପଡ଼ିଯିବା ସହ ଆହତ ମଧ୍ୟ ହୋଇଥିବା ଅଞ୍ଚଳ ବାସୀ କହିଛନ୍ତି l ଏହି ରାସ୍ତାରେ କିନିକୁପା, ବାଘପଡ଼ା କାନିକୁପା ଆଦି ଅନେକ ଗ୍ରାମର ଲୋକଙ୍କ ସହ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଯାତାୟାତ କରିଥାନ୍ତି l ଏହି ରାସ୍ତା ରେ ଯିବା ସମୟରେ ଅନେକ ଗାଡ଼ି ଭାଙ୍ଗିବା ସହ ଅନେକ ଜିନିଷ ପତ୍ର ଧନ ଜୀବନ ମଧ୍ୟ ନଷ୍ଟ ହେଉଛି l ଏହି ରାସ୍ତା ଖରାପ୍ ଯୋଗୁଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡେ l ରାସ୍ତା ଖରାପ୍ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଏହି ଗ୍ରାମକୁ ଆସି ପାରେ ନାହିଁ l ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି l ବର୍ଷା ଦିନେ ଏହି ରାସ୍ତାରେ ଯିବା ପାଇଁ ଅଞ୍ଚଳ ବାସୀଙ୍କୁ ଚିନ୍ତାର କାରଣ ହୋଇଯାଏ l ବର୍ଷା ଦିନେ ହେଲେ ଏହି ରାସ୍ତା ରେ ଚାରି ଚକିଆ ଯାନ ତ ଦୂରର କଥା ଚାଲି ଯିବା ମଧ୍ୟ ବହୁତ୍ କଷ୍ଟ କର ହୋଇ ପଡୁଛି l ରାଜ୍ୟ ସରକାର ଗ୍ରାମାଞ୍ଚଳ ରାସ୍ତାକୁ ଉନ୍ନତ ମାନର କରିବା ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ହେଲେ ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତା ଟି ଦୀର୍ଘ ୧୫ ବର୍ଷ ରୁ ଅଧିକ ହେଲା କୌଣସି କାମ ହୋଇ ନ ଥିବାରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି l

ଯାତାୟାତ ପାଇଁ ଅସୁବିଧା ଭୋଗନ୍ତି କିନିକୂପା ଓ ବାଘପଡ଼ା ଗ୍ରାମ ବାସି I ତେବେ ବାଘପଡ଼ା ରୁ ଡୁମାଳ ପାଳି ସ୍ଥିତ ମୁଖ୍ୟ ରାସ୍ତା କୁ ଯାଇଥିବା ରାସ୍ତା ଅବସ୍ଥା ଦେଖି ଲାଗୁଛି ଅଞ୍ଚଳ ରେ କେତେ ହୋଇଛି ବିକାଶ I ରାସ୍ତା ର ସ୍ଥାନେ ସ୍ଥାନେ ବଡ଼ ବଡ ଗର୍ତ୍ତ I ଗର୍ତ୍ତ ରେ ପାଣି I ବର୍ଷା ଦିନେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡେ I ଏହି ରାସ୍ତା ଦେଇ ସ୍କୁଲ କଲେଜ ଦୋକାନ ବଜାର ପାଇଁ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଯାଇ ଥାଆନ୍ତି ଲୋକେ l ବର୍ଷା ଦିନେ ପିଲାଙ୍କ ପାଠ ପଢି ଯିବା ପାଇଁ ପିଲାମାନେ ବହୁତ୍ ଅସୁବିଧାର ସମ୍ମୁଖୀନ ହୁଅନ୍ତି l

ଏମିତିକି ପିଲାମାନେ ବର୍ଷା ଦିନେ ସ୍କୁଲ କୁ ପାଠ ପଢି ଯାଇ ନପାରି ବହୁତ୍ ଦିନ ଘରେବସି ରହି ଯାଆନ୍ତି l ଏହି ରାସ୍ତା ରେ ଖରା ଦିନେ କଷ୍ଟେ ମଷ୍ଟେ ଲୋକ ଯାତାୟାତ କରିଥାନ୍ତି କିନ୍ତୁ ବର୍ଷା ଦିନ ଆସିଲେ ତାଙ୍କ ଦୁଃଖ ଦୁଇଗୁଣ ହୋଇଯାଏ I ଗାଁ ରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଯଦି ହୂଏ ଗାଁ କୁ ଆମ୍ବୁଲାନ୍ସ ଯିବା ଅସମ୍ଭବ ହୋଇ ପଡ଼ିଥାଏ I ଯାହା ଫଳରେ ଲୋକେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ରୋଗୀକୁ ବୋହିକି ଆଣିବାକୁ ପଡେ ଇ ଭଲ ରାସ୍ତା ଖଣ୍ଡେ ପାଇଁ ଗ୍ରାମବାସୀ ପ୍ରଶାସନ ଆଗରେ ଗୁହାରୀ କରିଛନ୍ତି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
