ବୌଦ୍ଧ ଜିଲ୍ଲା ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର କଲ୍ୟାଣ ମଣ୍ଡପ ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପୂର୍ବତନ ସର୍ବ ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଯୋଗଦେଇ ଜିଲ୍ଲା, ରାଜ୍ୟ ଓ ଦେଶରେ ସମସ୍ତ କର୍ମୀ ମିଶି କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ l ଆଗାମୀ ଦିନରେ ଦେଶକୁ ସୁଦୃଢ଼ କରିବାକୁ ହେଲେ କଂଗ୍ରେସ କୁ ନିଶ୍ଚିତ ଭାବେ ତୃଣ ମୂଳ ସ୍ତରରୁ ଆଗକୁ ଆଣିବାକୁ ହେବ ବୋଲି କହିବା ସହ ଭୋଟ ଚୋର ଗାଦି ଛୋଡ ବୋଲି ନାରା ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳର ପୂର୍ବତନ ସାଂସଦ ନକୁଳ ନାଏକ, ସଂଗଠନ ସୃଜନ ଅଭିଯାନର ବୌଦ୍ଧ ଜିଲ୍ଲା ପ୍ରଭାରୀ ଆକବର ଖାଁ, ପ୍ରଦେଶ କଂଗ୍ରେସର ପୂର୍ବତନ ସାଧାରଣ ସଂପାଦକ ଦେବେନ୍ଦ୍ର ମହାନ୍ତି, ବୌଦ୍ଧର ପୂର୍ବତନ ବିଧାୟକ ସୁଜିତ ପାଢି, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ ସାହୁ, ବ୍ଲକ ସଭାପତି ସୁଶାନ୍ତ ମଲିକ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସକୁ ଆଣିବାକୁ ହେଲେ ସମସ୍ତ କର୍ମୀ ଘରକୁ ଘର ଯାଇ କର୍ମୀ ସଂଗ୍ରହ ପାଇଁ ଆହ୍ଵାନ ଜଣାଇଥିଲେ l ଶେଷରେ ପ୍ରଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ l ସଭା ପୂର୍ବରୁ ପ୍ରଦେଶ କମିଟିର ସମସ୍ତ ସଦସ୍ୟଙ୍କୁ ଏକ ଶୋଭାଯାତ୍ରାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ଆଣିଥିଲେ l ଏହି ସଭାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରତ୍ୟୁଷ ମହାନନ୍ଦଙ୍କ ସହ ବ୍ଳକର ସମସ୍ତ କଂଗ୍ରେସ କର୍ମୀ, ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ରହିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *