ବୌଦ୍ଧ ବାଣ ବିସ୍ଫୋରଣ ଘଟଣା, ବନ୍ଧା ହେଲେ ୫ ଅଭିଯୁକ୍ତ। ଜିଆକଟା ଠାରେ ଗତ ରବିବାର ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ପାଞ୍ଚ ଅଭିଯୁକ୍ତଙ୍କୁ ଧରିଲା ବୌଦ୍ଧ ଜିଲ୍ଲା ପୋଲିସ। ଆକ୍ସନ ମୋଡ଼ ରେ ବୌଦ୍ଧ ଜିଲ୍ଲା ପୋଲିସ l ୪୮ ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣ ସହ ଜଡିତ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ l ଗତ ରବିବାର ଦିନ ଏଠାରେ ବେଆଇନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଭୟଙ୍କର ବିସ୍ଫୋରଣ ଘଟିଥିଲା l ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଗ୍ରାମ ମାଟିରେ ମିଶି ଯାଇଥିଲା l ବୌଦ୍ଧ ଜିଲ୍ଲାର ଜିଆକଟା ଠାରେ ଗତ ରବିବାର ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା l ଏହି ମାମଲାରେ (ମଙ୍ଗଳବାର) ବୌଦ୍ଧ ପୋଲିସ ଏହି ଘଟଣାରେ ସମ୍ପୃକ୍ତି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ତେବେ ପୂର୍ବରୁ କଣ ଏହି ବେଆଇନ କାରବାର ବିଷୟରେ ସ୍ଥାନୀୟ ପୋଲିସ ସୂଚନା ପାଇନଥିଲା ବୋଲି ପ୍ରଶ୍ନ ଉଠିଛି l

ଏହାର ତଦନ୍ତ ହେବ ବୋଲି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l
ଗତ ରବିବାର ସକାଳ ପ୍ରାୟ ୧୦ ଟା ସମୟରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ନିକଟସ୍ଥ ଜିଆକଟା ଗ୍ରାମରେ ହଠାତ ଏକ ଭୟାବହ ବିସ୍ଫୋରଣ ହୋଇଥିଲା l ବିସ୍ଫୋରଣର ତୀବ୍ରତା ଭୟଙ୍କର ଥିଲା l ସମ୍ପୂର୍ଣ୍ଣ ଜିଆକଟା ଗ୍ରାମ କିଛି ସମୟ ମଧ୍ୟରେ ମାଟିରେ ମିଶି ଯାଇଥିଲା l

ଏହି ବିସ୍ଫୋରଣର ପ୍ରଭାବ ପ୍ରାୟ ଦଶ କିଲୋମିଟର ପର୍ଯ୍ୟନ୍ତ ଏହା ଅନୁଭୂତ ହୋଇଥିଲା l ପ୍ରାଥମିକ ତଦନ୍ତରୁ ଏହା ଏକ ବେଆଇନ ବାଣ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ପୋଲିସ ସୂଚନା ଦେଇଥିଲା l ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦଶରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ l ପୋଲିସ ତୁରନ୍ତ ଆକ୍ସନ ମୋଡ଼ କୁ ଆସି ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା l ବିସ୍ଫୋରଣ ହୋଇଥିବା ଭଡା ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଥିଲା l

ଏହା ପରେ ପୁରୁଣା କଟକ ବଜାରରେ ଥିବା ବାଣ ବ୍ୟବସାୟୀଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା l ରବିବାର ସନ୍ଧ୍ୟାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆଲୋକ କାନ୍ତି ଙ୍କ ବାସଭବନରେ ଚଢ଼ାଉ କରି ବିପୁଳ ବାଣ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଠାବ କରିଥିଲା l
ସୋମବାର ଅନ୍ୟ ତିନୋଟି ସ୍ଥାନରେ ପୋଲିସ ଚଢ଼ାଉ କରି ଉକ୍ତ ବିସ୍ଫୋରକ କୁ ପାଣିରେ ବତୁରାଇ ସମସ୍ତ ସ୍ଥାନରୁ ଟ୍ରକ ଟ୍ରକ ବାଣ ଓ ଅନ୍ୟ ବିସ୍ଫୋରକ ଜବତ କରିଥିଲା l ସମୁଦାୟ ୯ ଗୋଟି ଗାଡ଼ିରେ ବିପୁଳ ପରିମାଣରେ ଏହି ବିସ୍ଫୋରକ ଜବତ ହୋଇଥିଲା l

ପୁରୁଣା କଟକ ଅଞ୍ଚଳରୁ ଏସବୁ ବାଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପଡୋଶୀ ଜିଲ୍ଲାକୁ ଚାଲାଣ ହେଉଥିବାର ପୋଲିସ ସୂଚନା ଦେଇଛି l ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଇନ ଜିବି ଶେଖର କହିଛନ୍ତି, “ଘଟଣାର ୪୮ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ସମୁଦାୟ ପାଞ୍ଚ ଜଣଙ୍କୁ ଗିରଫ କରିସାରିଛି l ଗତ ୨ ଦିନ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା l ବିଭିନ୍ନ ସ୍ଥାନରୁ ୫ ଜଣଙ୍କୁ ବିସ୍ଫୋରଣ ମାମଲାରେ ସମ୍ପୃକ୍ତି ନେଇ ଗିରଫ କରାଯାଇଛି l ଏହି ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ଥିଲା ସେନେଇ ତଦନ୍ତ ହେବ ।”
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
