ତରେ ହିନ୍ଦୁ ମାନଙ୍କ ସହିତ ମୁସଲମାନ୍ ସମ୍ପ୍ରଦାୟର ଭାଇଭଉଣୀ ମାନଙ୍କର ଭାରତ ପ୍ରତି ଦେଶପ୍ରେମର ଏକ ନମୁନା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ବାସ୍ତବରେ ଏହା ଭାରତରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଏକ ଆହ୍ଵାନ।
ରାୟଗଡା ଜିଲ୍ଲାରେ ମସଜିଦରେ ସୁଭିଲାଣି ପାକିସ୍ତାନ ମୁରଦାବାଦ। “ପାକିସ୍ତାନ ମୁର୍ଦ୍ଧାବାଦ”, ଏଭଳି ନାରା ଦେଇ ଦୃଢ଼ ନିନ୍ଦା କରିଛି ରାୟଗଡା ସହରରେ ବାସ କରୁଥିବା ସୁନି ସମ୍ପ୍ରଦାୟର ମୁସଲିମ ଭାଇମାନେ l ଗତ ୨୨ତାରିଖ ଦିନ କାଶ୍ମୀର ପେହେଲଗାଓଁ ଠାରେ ହିନ୍ଦୁ ଧର୍ମକୁ ଟାର୍ଗେଟ କରି ଯେଉଁଭଳି ହତ୍ୟାକାଣ୍ଡ ରଚାଗଲା ତାହା ଅତି ଅମାନବୀୟ ଘଟଣା ଯାହାକୁ ଆମେ ଖୋଲା ଖୋଲି ଭାବେ ନିନ୍ଦା କରୁଅଛୁ। ଏହାକୁ ବିରୋଧ କରୁଥିବା ନେଇ ଆଜି ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି l ଆଜି ରାୟଗଡା ସହର ମୁଖ୍ୟ ବଜାର ସ୍ଥିତ ନୁରାନୀ ଜାମିଆ ମସଜିଦ ଠାରେ ସଭାପତି ଶେଖ ଜଲିଲ ଖାନଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା l

ଆମେ ସବୁ ଭାରତ ମା ର ସନ୍ତାନ। ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସମସ୍ତେ ଏକ ଭାଇଚାରାରେ ଅଛୁ ଏବଂ ରାୟଗଡ଼ାରେ ଆଉ ଆଗକୁ ରହିବୁ। ଆମେ ପହଲଗାଁ ଘଟଣାକୁ ନିନ୍ଦା କରୁଛୁ। ପାକିସ୍ତାନର ଏହିଭଳି ଉଗ୍ରବାଦ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରୁଛୁ। ପୁରୁଷ ପୁରୁଷ ଧରି ଆମେ ଏଠାରେ ରହି ଆସୁଛୁ l ହିନ୍ଦୁ, ଶିଖ, ଈସାଈ, ଖ୍ରୀଷ୍ଟିଆନ ସମସ୍ତଙ୍କ ସୁଖ ଦୁଃଖରେ ଆମେ ସାମିଲ ହେଉ ଏବଂ ସେମାନେ ମଧ୍ୟ ଆମ ପର୍ବ ପର୍ବାଣିରେ ସାମିଲ ହୁଅନ୍ତି l

କୁରାନରେ ହିଂସାର କୌଣସି ସ୍ଥାନ ନାହିଁ l ତେଣୁ ପେହେଲଗାଓଁ ଠାରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ବିରୁଦ୍ଧରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଏହି ଘଟଣାର ଦୋଷୀଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ l ଅପରପକ୍ଷରେ ଯେଉଁ ଭାଇଚାରା ରହିଛି ଆଗକୁ ମଧ୍ୟ ରହିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି l ଆଜିର ସାମ୍ବାଦିକ ସମିଳନୀରେ ମସଜିଦର ଉସଭାପତି ସୟଦ ଅଜିଜ, ସମ୍ପାଦକ ଶେଖ ନୂର ବାଶା ଓ ଧର୍ମଗୁରୁ ଆବୁ ଅଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ l
ରାୟଗଡା ରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।
