ରାୟଗଡ଼ା ଜିଲ୍ଳା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦଙ୍କର୍ ଜନ୍ମ ଦିନରେ ରାୟଗଡ଼ା ଯୁବମୋର୍ଚ୍ଚା ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ। ଏହି ଅବସରରେ ରାୟଗଡା ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ତଥା ଯୁବନେତା ପ୍ରିତମ କୁମାରଙ୍କ ନେତୃତ୍ୱରେ ଧୁମଧାମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ଜନ୍ମ ଦିନ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ର ପ୍ରାୟ ୧୦୦ ଜଣ ସଦସ୍ୟ ଉପସ୍ଥିତ ରହି କେକ କାଟି ଗୋପୀ ଆନନ୍ଦଙ୍କୁ ତାଙ୍କର ଜନ୍ମଦିନର ଭେଟି ଦେଇଥିଲେ। ସଭାପତି ଗୋପି ଆନନ୍ଦ ରାଜଧାନୀ ଭୁବନେଶ୍ଵର ଗସ୍ତରେ ଥିବା ବେଳେ ତାଙ୍କର ଶୁଭେଚ୍ଛୁ ଓ ପାର୍ଟିର କର୍ମକର୍ତ୍ତାଙ୍କ ଅତୁଟ ଭଲପାଇବା ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଯାହାକି ଗୋପି ଆନନ୍ଦଙ୍କ ଜୀବନ ପଥ ସୁଗମ ହେବା ସହ ତାଙ୍କର ନେତୃତ୍ୱରେ ଜିଲ୍ଲାରେ ଏକ ବିଶାଳ ପରିବର୍ତ୍ତନ ହେବ ବୋଲି କର୍ମୀମାନେ ଆଶାବାଦୀ । ରାୟଗଡା ରୁ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ୍।
ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଗୋପିଆନନ୍ଦଙ୍କର୍ ଜନ୍ମ ଦିନରେ ରାୟଗଡ଼ା ଯୁବମୋର୍ଚ୍ଚା ପକ୍ଷରୁ ଅଭିନନ୍ଦନ
